୧୯୯୧ ବ୍ୟାଚର ବନ୍ଧୁମିଳନ ଉତ୍ସବ ‘ଅତୀତର ସ୍ମୃତି ଓ ବର୍ତମାନର ଅନୁଭୂତି’ଶୀର୍ଷକ ଆଲୋଚନା

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୧ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ଅଲଣା ନିକଟସ୍ଥ ଦେବୀନଦୀ ପଠାରେ ଥିବା କାଜୁ ଜଙ୍ଗଲ ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ପରେ ଅତୀତର ସ୍ମୃତିକୁ ରୋମନ୍ଥନ କରିବା ପାଇଁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ପୁରାତନ ଛାତ୍ର ତଥା ଶିକ୍ଷକ ଅକ୍ଷୟ କୁମାର ରାଉତଙ୍କ ସଭାପତିତ୍ୱ ଆୟୋଜିତ ଆଲୋଚନା ଚକ୍ରରେ ଅତିଥି ଭାବେ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ଅଧ୍ୟାପକ ପ୍ରଭାତ ଶତପଥି ପ୍ରମୁଖ ଯୋଗଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ‘ଅତୀତର ସ୍ମୃତି ଓ ବର୍ତମାନର ଅନୁଭୁତି’ ଶୀର୍ଷକ ରହିଥିଲା । ଏଥିରେ ପିଲାଦିନର ସ୍ମୃତି ଓ ବର୍ତମାନ ପରିସ୍ଥିତରେ ବନ୍ଧୁର ଭୂମିକା ବିଷୟରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ପ୍ରଦିପ୍ତ କୁମାର ପରିଡା, ସୁବ୍ରତ ରାଉତ, ସୁଶାନ୍ତ ରାଉତ, ଶମ୍ଭୁନାଥ ସ୍ୱାଇଁ, ଛାତ୍ରୀ ମମତା ପରିଡା, ଗୀତାଂଜଳୀ ମହାନ୍ତି ସମେତ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ