ନାଉଗାଁ ବ୍ଳକରେ ଖୋଲିଲା ସମ୍ପୂର୍ଣ୍ଣ ମହିଳା ଡାକଘର

ନାଉଗାଁ,:ସବୁକ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ଶୁକ୍ରବାର ଭାରତୀୟ ଡାକ ବିଭାଗ ତରଫରୁ ସଂପୂଣ୍ଣ ମହିଳାଙ୍କ ଦ୍ୱାରା ପରିଚାଳିତ ନାଉଗାଁ ବ୍ଳକର କୋରୁଅ ଶାଖା ଡାକାଘରକୁ ସଂପୂର୍ଣ୍ଣ ମହିଳା ଡାକଘର ଭାବେ ଉଦଘାଟନ କରାଯାଇଛି । ଏହା ଓଡିଶାରେ ପ୍ରଥମ ମହିଳା ଶାଖା ଡାକଘର ଭାବେ ଘୋଷଣା କରାଯାଇଛି । ଉକ୍ତ ମହିଳା ଡାକ ଘରକୁ ମୁଖ୍ୟଅତିଥି ଭାବେ କଟକ ଦକ୍ଷିଣମଣ୍ଡଳ ଡାକ ଅଧିକ୍ଷକ ତାପସ ଦାସ ଯୋଗ ଦେଇ ଉକ୍ତ ମହିଳା ଡାକଘରକୁ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଡାକ ଅଧିକ୍ଷକ ମନୋଲିଶା ଦାସ, ଗୋପବନ୍ଧୁ ସାହୁ, ନାଉଗାଁ ଉପ ଡାକପାଳ ବାଳକୃଷ୍ଣ ବେହେରା, କୋରୁଅ ଡାକ ଶାଖା ପରିଚାଳିକା ଭାଗ୍ୟଶ୍ରୀ ପାଢୀ ଆଦି ଯୋଗ ଦେଇଥିଲେ । ଏହି ମହିଳା ଶାଖା ଡାକ ଘରେ ସମସ୍ତ କର୍ମଚାରୀ ମହିଳା ହୋଇଥିବା ବେଳେ ଏଥିରେ ଡାକର ସମସ୍ତ ଅତ୍ୟାଧୁନିକ ସେବା ମିଳିପାରିବ । ଏହି ଡାକ ଘରେ ମାଧ୍ୟମରେ ଜନସାଧାରଣ ସୁକନ୍ୟା, ଆରଡି, ସମସ୍ତ ପ୍ରକାର ଫକ୍ସି ଡିପୋଜିଟ ଆଦି ସୁବିଧାରେ କରିପାରିବେ । କଂମ୍ପୁଟର ମାଧ୍ୟମରେ ସମସ୍ତଙ୍କୁ ଉକ୍ତ ସେବା ଯୋଗଇ ଦିଆଯାଇ ପାରିବ ବୋଲି ଅଧିକ୍ଷକ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ