ମୈ।ଳିକ ସୁବିଧା ରୁ ବଞ୍ଚିତ ବଂଜର ଗାଁ
(ଯୁଗାବ୍ଦ ନ୍ୟୁଜ) ଗାଁ ଗାଁରେ ଘରେ ଘରେ ଲୋକଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ସରକାରୀ ସ୍ତରରେ ରହିଛି ଅନେକ ଯୋଜନା । ହେଲେ ଏବେବି ଏମିତି ଅନେକ ଗାଁ ଅଛି ଯେଉଁଠି ବିଜୁଳି ଆଲୁଅ ସାତ ସପନ। ଏମିତି ଏକ ଗାଁ ହେଉଛି ବଂଜର ଗାଁ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୋକଳବା ପଞ୍ଚାୟତରେ ଅଛି ଏହି ଗାଁ । ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାରୁ ମାତ୍ର ଗୋଟାଏ କିଲୋମିଟର ଦୂରରେ ରହିଛି ବଂଜର ଗାଁ। ଏଠାରେ ୪୦ଟି ପରିବାର ବସବାସ କରନ୍ତି। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ଚାଷବାସ ଓ ମୂଲ ଲାଗି ସେମାନେ ପେଟ ପୋଷନ୍ତି।ଏହି ଗାଁକୁ ପକ୍କା ରାସ୍ତା ଓ ପାନୀୟ ଜଳର ସୁବିଧା ରହିଛି। ତେବେ ବିଜୁଳି ଆଲୁଅ ନଥିବାରୁ ଅଭିଶପ୍ତ ଜୀବନ ବିତାଉଛନ୍ତି ଗାଁ ଲୋକେ। ସନ୍ଧ୍ୟା ହେଲେ ଆଉ କେହି ଘରୁ ବାହାରନ୍ତି ନାହିଁ। ହିଂସ୍ର ଜନ୍ତୁଙ୍କ ଭୟ ଥିବାରୁ ସଞ୍ଜ ନଇଁ ଗଲେ କବାଟ ବନ୍ଦ କରି ଘରେ ରୁହନ୍ତି। ଡିବିରି ଓ ଲଣ୍ଠନ ଆଲୁଅରେ ପିଲାଙ୍କ ପାଠପଢ଼ଢା ଏବଂ ଘରର ରୋଷେଇ କାମ ହୋଇଥାଏ। ଅନ୍ୟପକ୍ଷରେ ଗ୍ରାମବାସୀଙ୍କୁ ମାସକୁ ମୁଣ୍ଡ ପିଛା ଅଧା ଲିଟର ହିସାବରେ କିରୋସିନି ମିଳିଥାଏ । ସେତିକିରେ ମାସ ସାରା ଚଳିବା କଷ୍ଟକର ହୋଇଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।