ଶିଳାନ୍ୟାସ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କୋର୍ଟରେ ବିଚାରାଧିନ ଥିବା ବିବାଦୀୟ ଗୋଚର ଜମି ଉପରେ ଜୀବନବୀମା ନିଗମର କେନ୍ଦ୍ରାପଡା ଜିଲ୍ଲା ଶାଖା କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରାଯିବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଜମଧର ପଂଚାୟତର ପାଣ୍ଡିରୀ ଗ୍ରାମର ଅଧିବାସୀମାନେ ଅଭିଯୋଗ କରିଛନ୍ତି ଯେ କୋର୍ଟଙ୍କ ବିଚାର ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନକରି ଜୀବନବୀମା ନିଗମର ବରିଷ୍ଠ ଅଧିକାରୀମାନେ ଏଭଳି ଅନ୍ୟାୟ ଭାବରେ ସେହି ବିବାଦୀୟ ଗୋଚର ଜମି ଉପରେ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବା ଘଟଣାରେ ଜିଲ୍ଲା ପ୍ରଶାସନ କିଭଳି ଚୁପ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଅନ୍ୟାୟର ପ୍ରତିବାଦରେ ସେମାନେ ସେହି ବିବାଦୀୟ ଗୋଚର ଜମିକୁ ଫେରିପାଇବା ପର୍ଯ୍ୟନ୍ତ ପ୍ରତିବାଦ ଓ ଆନ୍ଦୋଳନ ଜାରିରଖିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ପାଣ୍ଡିରୀ ଗ୍ରାମବାସୀଙ୍କ ପକ୍ଷରୁ ନିରାକାର ବେହେରା, ଜଗନ୍ନାଥ ମହାନ୍ତି, ରାଜକିଶୋର ବିଶ୍ୱାଳ, ବିଷ୍ଣୁପଦ ମହାନ୍ତି, ହୃଷିକେଶ ବିଶ୍ୱାଳ, ବୈଲୋଚନ ବିଶ୍ୱାଳ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିରହିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ