ସରକାରୀ ହାଇସ୍କୁଲ ପଡିଆରୁ କ୍ରୀକେଟ ବ୍ୟାଟ, ଷ୍ଟମ୍ଫ, ମାଇକ ଜବତ କଲା ପୋଲିସ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଅପରାହ୍ନ ପ୍ରାୟ ୫ଟା ବେଳେ କ୍ରୀକେଟ ଖେଳୁଥିବା ସମୟରେ ପିଲାମାନେ ପାଟିଗୋଳ କରୁଥିବା ଖବର ପାଇ ଟାଉନ ଥାନାର ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ସେଠାରେ ପହଁଚିଥିଲେ । ପୋଲିସକୁ ଦେଖି ପିଲାମାନେ ସ୍ଥାନଛାଡି ପଳାଇଯିବାରେ ସେହି ପଡିଆରେ ଥିବା କ୍ରୀକେଟ ବ୍ୟାଟ, ଷ୍ଟମ୍ଫ, ବଲ ସମେତ ମାଇକ, ଗାଡି ପ୍ରଭୃତି ପୋଲିସ ଜବତ କରି ଥାନାକୁ ନେଇଯାଇଥିବା ସୂଚନା ମିଳିଛି । କୋଭିଡ – ୧୯ ନିୟମ ଆଧାରରେ ଏଭଳି କରାଯାଇଥିବା ସୂଚନା ମିଳିଛି ।


