“କସୌଟୀ’ ଛାଡିଲେ କରଣ ସିଂହ ଗ୍ରୋଭର୍ !

ଷ୍ଟାର୍ ପ୍ଲସରେ ପ୍ରସାରିତ ହେଉଛି ଧାରାବାହିକ “କସୌଟୀ ଜିନ୍ଦେଗୀ କୀ-୨’ । ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ବେଶ୍ ଚର୍ଚ୍ଚାରେ ରହିଥିଲା । ଏପରିକି ଏହାର ଷ୍ଟାର କାଷ୍ଟକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା । ହେଲେ ଏବେ ଏହା ଖରାପ କାରଣକୁ ନେଇ ଚର୍ଚ୍ଚାକୁ ଆସୁଛି । ହିନା ଖାନ୍ ଶୋ’ ଛାଡ଼ିବା ପରେ ମିଷ୍ଟର ବଜାଜ୍ ଚରିତ୍ରରେ ଅଭିନୟ କରୁଥିବା କରଣ ସିଂହ ଗ୍ରୋଭର ମଧ୍ୟ ଏଥିରୁ ବାହାରି ଯାଇଥିବା ନେଇ ଚର୍ଚ୍ଚା ହେଉଛି । ସୋଶାଲ୍ ମିଡିଆରେ ହେଉଥିବା ଏକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି କରଣ କରିଥିବା ଏକ ପୋଷ୍ଟ୍ । ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି । “କସୌଟୀ ଜିନ୍ଦେଗୀ କୀ ୨’ର ପୂରା ଟିମ୍ ସହିତ ସେ ଏହି ଫଟୋ ଉଠାଇଛନ୍ତି । ତା’ସହିତ ଏଥିରେ ସେ ଲେଖିଛନ୍ତି, “ଖୁବ୍ ସୁନ୍ଦର ସମୟ ଓ ଏଭଳି ଏକ ଭଲ ଫେୟାରୱେଲ୍ ପାଇଁ ସମସ୍ତଙ୍କୁ ଧନ୍ୟବାଦ ! ଆପଣ ସମସ୍ତଙ୍କ ସହ କାମ କରି ବହୁତ ଭଲ ଲାଗିଲା । ଧନ୍ୟବାଦ ଏକ୍ତା କପୁର । ତାଙ୍କର ଏହି ପୋଷ୍ଟ୍ ପଢ଼ି ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି? କିଛି ଲୋକ ତାଙ୍କୁ କାହିଁକି ଶୋ’ ଛାଡ଼ିଲେ ବୋଲି ପ୍ରଶ୍ନ କରିଛନ୍ତି । ଅବଶ୍ୟ କେହି କେହି ସେ ଏହି ଶୋ’ ଛାଡ଼ି ଦେଇଥିବାରୁ ଖୁସି ପ୍ରକଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, “ଆପଣ ଏହି ବେକାର ଶୋ’ ଛାଡ଼ି ଭଲ କରିଛନ୍ତି । କିଛି ଭଲ ପ୍ରୋଜେକ୍ଟ ଦେଖନ୍ତୁ ।’ ଆଉ ଜଣେ ଲେଖିଛନ୍ତି, “ଆପଣ ବି ହିନା ଖାନ୍‌ଙ୍କ ପରି ସ୍ମାର୍ଟ ବାହାରିଲେ । ସେ ବି ଏହି ବେକାର ସିରିଏଲ୍ ଛାଡ଼ି ଦେଇଥିଲେ ।’
କୁହାଯାଉଛି, “କସୌଟୀ ଜିନ୍ଦେଗୀ କୀ-୨’ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହାଇଛି । ଶୋ’କୁ ପାୱାରଫୁଲ୍ କରିବା ପାଇଁ ଶୋ’ର ନିର୍ମାତା ଏକତା କପୁର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ତଥାପି ଏହା ଟିଆରପି ବଢ଼ାଇ ପାରୁ ନାହାନ୍ତି । ଯଦି ଏହିଭଳି ସ୍ଥିତି ଲାଗି ରହେ, ତା’ହେଲେ ଖୁବ୍‌ଶୀଘ୍ର ଏହା ବନ୍ଦ ବି ହାଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ