ବେଗୁନିଆପଡ଼ା ବ୍ଳକରେ ପ୍ରକୃତ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ
କୋଦଳା, (ଗୁଲସନକୁମାର କର):କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରୁଛନ୍ତି। କେହି ମଧ୍ୟ ଯେପରି ଭୋକିଲା ନ ରହିବେ,ସେଥିପାଇଁ ଆଗୁଆ ତିନି ମାସର ରାସନ ଯୋଗାଇ ଦେଉଛନ୍ତି କିନ୍ତୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍. ଛଚିନା ଗ୍ରାମ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ବାରମ୍ବାର ପଞ୍ଚାୟତ, ବ୍ଳକରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ନିଜର ସମସ୍ୟା ସମ୍ବନ୍ଧରେ ଅବଗତ କଲେ ମଧ୍ଯ ପ୍ରଶାସନ କାହିଁକି ନୀରବଦ୍ରଷ୍ଟା ସାଜିଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗରିବ ହିତାଧିକାରୀଙ୍କୁ କେବଳ ଆଶ୍ୱାସନା ହିଁ ମିଳୁଛି। ଏଠି ପ୍ରଶ୍ନ ଉଠୁଛି, ଥିବା ବାଲାକୁ ହଁ, ନ ଥିବା ବାଲା କୁ ନା, ନିତି ଅବଲମ୍ବନ କରୁନି ତ ବେଗୁନିଆପଡ଼ା ବ୍ଳକ ପ୍ରଶାସନ? ଗରିବଙ୍କ ଦୁଃଖ ଦୁର୍ଦ୍ଦଶା କୁ ହୃଦୟଙ୍ଗମ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି।


