ଯୋଡା ମଙ୍ଗଳା ମନ୍ଦିରର ଚତୁର୍ଦ୍ଧଶ ବାର୍ଷିକ ଉତ୍ସବ

ଯୋଡା, (ସମୀର କୁମାର ଦାସ):ଯୋଡା ସହରର ୯ ନଂ ୱାର୍ଡ ରେ ଥିବା ମା ମଙ୍ଗଳା ମନ୍ଦିରର ଚତୁର୍ଦ୍ଧଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନ ୯ ଟା ୩୦ ମିନିଟ୍ ରେ ଘଟ ଉତୋଳନ ଓ କଳସ ଯାତ୍ରା, ସନ୍ଧ୍ୟା ୬ ଘଟିକାରେ ସନ୍ଧ୍ୟା ଆଳତି ହୋଇଥିଲା । ଶନିବାର ପ୍ରାତଃ ୫ ଟା ୩୦ ମିନିଟ୍ ରେ ମା’ ଙ୍କର ମଙ୍ଗଳ ଆଳତୀ, ୬ ଟା ୩୦ ମିନିଟ୍ ରେ ସୁନାନଦୀରୁ କଳସରେ ଜଳ ନେଇ ସଭାଯାତ୍ରାରେ ମନ୍ଦିରକୁ ଆସିବା ପରେ ମା’ ଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ସକାଳ ୭ ଘଟିକାରେ ମହାବେଶ, ୮ ଘଟିକାରେ ସକାଳ ଧୂପ ଧ୍ୱଜ ପରିବର୍ତନ ଓ ଆଳତି, ପୂର୍ବାହ୍ନ ୯ ଘଟିକାରେ ସୂର୍ଯ୍ୟ ପୂଜା ଓ ଉପଚାର, ପୂର୍ବାହ୍ନ ୧୦ ଟା ୩୮ ମିନିଟ୍‌ରେ ଅଗ୍ନି ସ୍ଥାପନ, ଚଣ୍ଡିପାଠ ଓ ଘୃତ ଯଜ୍ଞ, ସନ୍ଧ୍ୟା ୫ ଟା ୩୦ ମିନିଟ୍‌ରେ ପୂର୍ଣ୍ଣାହୁତି, ସନ୍ଧ୍ୟା ୬ ଘଟିକାରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ୭ ଘଟିକାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା ମନ୍ଦିରର ପୂଜକ ସ୍ମୃତି ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କଳସ ଯାତ୍ରା ପାଇଁ ମହିଳା ମାନଙ୍କର ବିପୁଳ ସମାଗମ ଦେଖିବାକୁ ମିଳିଥିଲା । ଯୋଡାର ଏହି ମଙ୍ଗଳା ମନ୍ଦିର ଏକ ପ୍ରସିଦ୍ଧ ମନ୍ଦିର ଭାବେ ପରିଗଣିତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ