ଗରାପୁର ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ପଂଚମ ଦିବସ ଅବସରରେ ଶିବାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶ୍ରୀ ମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଅତିଥିଭାବେ ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ, ସ୍ୱାମୀ ରାମ ଶରଣାନନ୍ଦ ସରସ୍ୱତୀ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ କୁମାର ଅଗ୍ରୱାଲ, ଶିକ୍ଷାବିତ ବିପିନ ବିହାରୀ ବାରିକ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, କପାଳେଶ୍ୱର ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତି, କରୁଣାକର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆଶ୍ରମରେ ଆୟୋଜିତ ଯୋଗ ତଥା ଓଡିଶୀ ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଉତ୍ସବରେ ଶିବାନନ୍ଦ ଭଜନ ସନ୍ଧ୍ୟାର କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ପରିବେଶିତ ଭଜନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆଶ୍ରମ ପକ୍ଷରୁ ଅତିଥିଙ୍କ ସମେତ ଯୋଗଗୁରୁ ସଞ୍ଜୟ ମଥାନ, ସାମ୍ବାଦିକ ନିହାର ରଂଜନ ଓ ଶିବାନନ୍ଦ ଭଜନ ସନ୍ଧ୍ୟାର କଣ୍ଠଶିଳ୍ପୀ ମାନଙ୍କୁ ଉତରୀୟ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ କପାଳେଶ୍ୱର ଗ୍ରାମ ପଂଚାୟତର ଭକ୍ତ ବୃନ୍ଦ ଉପସ୍ଥିତଥିଲେ । ଶିକ୍ଷାବିତ ଚିତରଂଜନ ଆଚାର୍ଯ୍ୟ, ଶ୍ରୀଧର ରାଉତ, ବ୍ରଜସୁନ୍ଦର ରାଉତ, ଅଭିମନ୍ୟୁ ଗୋଚ୍ଛାୟତ, ଦେବେନ୍ଦ୍ର ନାଥ ସାମନ୍ତ, ପ୍ରମୋଦ ପ୍ରଧାନ, ଅକ୍ଷୟପ୍ରିୟ ଦାସ, କିଶୋର ଚନ୍ଦ୍ର ପ୍ରଧାନ, ସତ୍ୟବ୍ରତ ସିଂ, ସତ୍ୟପ୍ରିୟ ଦାସ, ଧିରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିବାନୀ, ବର୍ଷା, ନୃସିଂହ ବାବା ଓ ଆଶ୍ରମର ଅନ୍ତେବାସୀମାନେ ଉତ୍ସବକୁ ପରିଚାଳନା କରିଥିଲେ । ବ୍ୟଙ୍ଗ କବି ଶ୍ରୀଧର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷାବିତ ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ