ଭରତପୁରରେ ଆଖମଣ୍ଡଳମଣୀଙ୍କ ଚତୁର୍ଥ ବାର୍ଷିକୀ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ବାବା ଆଖମଣ୍ଡଳମଣୀଙ୍କ ଚତୁର୍ଥ ବାର୍ଷିକ ମହୋତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ଏହି ଅବସରରେ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ ଏକ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିର ଦ୍ୱାରା ଅନୁଷ୍ଠିତ ସେହି କାର୍ଯ୍ୟକ୍ରମରେ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପି ରୋହିତ କୁମାର ଦାସ, ବିନାୟକ ସୁତାର, ମନୋରଞ୍ଜନ ସାହୁ, ଦିବ୍ୟାଦର୍ଶିନୀ ମହାନ୍ତି, ଶୁଭକ୍ରୀଷ୍ଣା ଜେନା, ଚିନ୍ମୟୀ ସାହୁ ପ୍ରମୁଖ ବାବାମଣୀଙ୍କ ଲୋକପ୍ରିୟ ଭଜନ ଗୁଡିକ ପରିବେଷଣ କରିଥିଲେ । ଗିତୀକାର ସୁବାଷ ପାତ୍ରଙ୍କ ରଚିତ “ଆରେଡି ଈଶ୍ୱର ବାରେ ରକ୍ଷାକର” ଗୀତଟି ସତ୍ୟପ୍ରିୟଙ୍କ ସ୍ୱର ସଂଯୋଜନାରେ କଣ୍ଠଶିଳ୍ପି ରଞ୍ଜନ ବେହୁରା ଓ ଦିବ୍ୟାଦର୍ଶିନୀ ମହାନ୍ତି ପରିବେଷଣ କରି ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆଖଣ୍ଡଳମଣୀ କ୍ରୀୟାନୁଷ୍ଠାନ କମିଟିର ଅଧ୍ୟକ୍ଷ କୃପାସିନ୍ଧୁ ସାହୁ(ବାଜିଆ), ଶକ୍ତି ପ୍ରସାଦ ମହାନ୍ତି, ଶ୍ରୀଚରଣ ବେହେରା, କାହ୍ନୁଚରଣ ବେହେରା, ନନ୍ଦ କିଶୋର ବେହେରା, ଆକୁଳାନନ୍ଦ ବେହେରା, ଶ୍ରୀଧର ମହାନ୍ତି, ଅରବିନ୍ଦ ମହାନ୍ତି, ଅଧିକାରୀ ରସାନନ୍ଦ ଦାଶ, କନକଲତା ଦାଶ, ନିରୂପମା ମହାନ୍ତି ପ୍ରମୁଖ ଏଥିରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଭରତପୁର କଳଘର ଛକରେ ପ୍ରତ୍ୟେକ ସୋମବାର ବାବା ଆଖଣ୍ଡଳମଣୀଙ୍କ ମେଳା ଅନୁଷ୍ଠିତ ହୋଇଆସୁଅଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଥିରେ ଯୋଗଦେଇ ବାବାଙ୍କ ଆର୍ଶ୍ରିବାଦ ଲାଭ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ