ଭାରତର କୋକିଳ : ସରୋଜିନୀ ନାଇଡ଼ୁ

ବିପିନ ବିହାରୀ ମହାନ୍ତି

“ମହିଳାମାନେ ପୁରୁଷମାନଙ୍କର ଆଉ ହାତ ହରିଆର ବା ଖେଳନା କଣ୍ଢେଇ ନୁହଁନ୍ତି । ମହିଳାମାନେ ବର୍ତ୍ତମାନ ନୂତନ ଉନ୍ମାଦନାର ଓ କର୍ମଶକ୍ତିରେ ଉଦ୍‌ବୁଦ୍ଧ ହୋଇଛନ୍ତି । ସେମାନଙ୍କୁ ଯେଉଁ ଦାୟିତ୍ୱ ଆଜି ପର୍ଯ୍ୟନ୍ତ ଦିଆଯାଇ ଆସିଛି, କେବଳ ସେତିକି ପାଳନ କରି ଆଜି ସେମାନେରହନ୍ତୁ – ଏହା କଥା ଆମେ ଚାହୁଁ ଚାହୁଁ । ମହିଳାମାନେ ଅନେକ ଆଇନ କ୍ଷେତ୍ରରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଏବଂ ତଦ୍‌ଜନିତ ଅନେକ କଷ୍ଟ ଭୋଗ କରୁଛନ୍ତି । ଆଜି ଆମ୍ଭେମାନେ ଦେଶରନୈତିକ, ଅର୍ଥନୈତିକ ଓ ରାଜନୈତିକ ଅଭିବୃଦ୍ଧି ପାଇଁ ପୁରୁଷମାନଙ୍କ ସହିତ ‘ପୂର୍ଣ୍ଣ ସହଯୋଗକରି କାର୍ଯ୍ୟ କରିବାପାଇଁ ଲୋଡ଼ୁ । ପୁରୁଷମାନଙ୍କ ବେକରେ ଗୋଟାଏ ବୋଝ ହୋଇ ଝୁଲିବାକୁ ଆଉ ଚାହୁଁ ନାହୁଁ ।”
୧୯୩୫ ମାର୍ଚ୍ଚ ୨ତାରିଖରେ ନୂଆ ଦିଲ୍ଲୀରେ ଓଜସ୍ୱିନୀ ଭାଷଣ ଯାହାର ଥିଲା ସେ ହେଉଛନ୍ତି ସେରୋଜିନୀ ନାଇଡ଼ୁ, ଯିଏ ଜଣେ ବିଶ୍ୱ କବି ତଥା ରାଜନୀତିଜ୍ଞ ଓ ଦେଶର ପ୍ରଥମ ମହିଳା ରାଜ୍ୟପାଳ । ଏହି ସରଳ ନିଷ୍କପଟ ନେତ୍ରୀଙ୍କ ଜନ୍ମ ହୋଇଥିଲା, ୧୮୭୯ ମହିହା ଫେବୃୟାରୀ ୧୩ତାରିଖରେ, ହାଇଦରାବାଦ୍‌ରେ । ତାଙ୍କୁ ଭାରତର ନାଇଟିଙ୍ଗଲ ବା କୋକିଳ ଉପାଧିରେ ଭୂଷିତ କରାଯାଇଥିଲା । ସେ ମଧ୍ୟ ଭାରତର ଜାତୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ । ସେ ଉର୍ଦ୍ଦୁ, ତେଲୁଗୁ, ଇଂରାଜୀ, ପାର୍ଶି ଓ ବଙ୍ଗଳା ଭାଷାରେ ଦକ୍ଷତା ହାସଲ କରିଥିଲେ ।
୧୯୧୫ରୁ ୧୯୧୮ ପର୍ଯ୍ୟନ୍ତ ସେ ଯୁବଶକ୍ତିକୁ ଜାଗ୍ରତ କରାଇବା ସହ ମହିଳା ସଶକ୍ତିକରଣ ଉପରେ ସମଗ୍ର ଦେଶବୁଲି ବକ୍ତୃତା ଦେଇଥିଲେ । ୧୯୧୬ରେ ଜବାହାର ନେହେରୁଭ୍‌କ ସଂପର୍କରେ ଆସିବାପରେ, ଚମ୍ପାରନ୍ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୨୫ରେ କଂଗ୍ରେସର ଅଧ୍ୟକ୍ଷଭାବେ ନିର୍ବାଚିତ ହେଲେ । ୧୯୧୯ ଜୁଲାଇରେ ନାଇଡ଼ୁ ହୋମରୁଲ ଲିଗ୍‌ର ଇଂଲଣ୍ଡ ଦୂତଭାବେ ଅବସ୍ଥାପିତ ହେଲେ । ୧୯୨୦ରେ ଭାରତ ଫେରିଲେ ଓ ଅଗଷ୍ଟ ୧ରେ ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ୧୯୩୦ ଜାନୁୟାରୀ ୨୬ରେ ମହାତ୍ମାଗାନ୍ଧୀ ଗିରଫ ହେବାର କିଛି ସମୟ ପରେ ସରୋଜିନୀ ନାଇଡ଼ୁଙ୍କୁ ମଧ୍ୟ ଗିରଫ କରାଗଲା ଓ ତାଙ୍କୁ ୧୯୩୧ ଜାନୁୟାରୀ ୩୧ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିଥିଲା । ଭାରତ ସ୍ୱାଧୀନ ହେବାପରେ ସରୋଜିନୀ ଉତ୍ତର ପ୍ରଦେଶ ତଥା ଭାରତର ପ୍ରଥମ ମହିଳା ରାଜ୍ୟପାଳ ହେଲେ ଏବଂ କର୍ତ୍ତବ୍ୟରେ ଥାଇ ୧୯୪୯ରେ ତାଙ୍କର ଦେହାନ୍ତ ହେଲା ।
ସରୋଜିନୀ ନାଇଡ଼ୁ କେବଳ ଜଣେ ରାଜନୀତିଜ୍ଞ ନଥିଲେ; ସେ ଥିଲେ ଜରେ ବିଶ୍ୱକବି । ଇଂରାଜୀ କବିତାରେ ସେ ଥିଲେ ସିଦ୍ଧହସ୍ତା । ତାଙ୍କର ଇଂରାଜୀ କବିତା ଗ୍ରନ୍ଥ ‘ଦି ଗୋଲଡେନ୍ ଥ୍ରେସ୍ ହୋଲଡ଼୍ (୧୯୦୫)’ , ‘ଦିନ ବାର୍ଡ଼ ଅଫ୍ ଟ୍ୟୁନ୍ (୧୯୧୨)’ ଏବଂ ‘ବ୍ରୋକୋନ ଉଇଙ୍ଗ’ (୧୯୧୭) ଇତ୍ୟାଦି ବିଶ୍ୱପ୍ରସିଦ୍ଧ ଗ୍ରନ୍ଥ । ଏହା ବ୍ୟତୀତ ଆଉକିଛି : ‘ଇଣ୍ଡିୟାନ୍ ଡ୍ୟାନସରସ୍‌’, ‘ଦି ଇଣ୍ଡିଆନ୍ ଜିପ୍‌ସି’, ‘ଦି କୁଇନସ୍ ରାଇଭାଲ’, ‘ନାଇଟ୍ ଫଲ ଇନ୍ ଦି ସିଟ ଅଫ୍ ହାଇଦରାବାଦ୍‌’, ‘ଟୁ ଇଣ୍ଡିଆ’ ଏବଂ ‘ଗୁରେଦାନ’ କବିତାଗୁଡ଼ିକ ବିଶେଷତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଲେଖାଗୁଡ଼ିକ ଇଂରାଜୀ ଭାଷାରେ ହେଲେହେଁ, ମୁଖ୍ୟତଃ ଏଗୁଡ଼ିକର ବିଷୟବସ୍ତୁ ଏବଂ ବାସ୍ତବତା ତଥା କଳ୍ପନା ବିନ୍ୟାସରେ ଭାରତୀୟ । ତାଙ୍କର ସୃଷ୍ଟି ଅନନ୍ୟ । ସେ ଭାରତ ମାଟିର ଜଣେ ମହିୟସୀ ମହିଳା । ଏହାହିଁ ସ୍ୱୀକାର୍ଯ୍ୟ… ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ, ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ