ଧାନ ଖଳାରେ ନିଆଁ ଲାଗି ୩୫ ବସ୍ତା ଧାନ ପୋଡିଗଲା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ୍ ପଳାସି ଗ୍ରାମରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମ ଧାନଖଳା ନିକଟରେ ଥିବା ଏକ ବିଲରେ ଖତ ପ୍ରସ୍ତୁତ ପାଇଁ ନିଆଁ ଲଗା ଯାଇଥିବା ବେଳେ ପବନରେ ନିଆଁ ବ୍ୟାପି ନିକଟସ୍ଥ ଧାନଖଳାରେ ନିଆଁ ଲାଗି ଯାଇଥିଲା । ଖଳାରେ ମହଜୁଦ ଥିବା ଅନୁଛାୟା ଗଉଡ, ସୁଶାନ୍ତ ଗଉଡ଼ଙ୍କ ୩୫ ବସ୍ତା ଧାନ ସମ୍ପୁର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି । ସେହିପରି ଖଳାରେ ଶାନ୍ତି ଗୁଡ଼ ଓ ଶ୍ୟାମସୁନ୍ଦର ଗଉଡ଼ଙ୍କ ପ୍ରାୟ ୨୦ ଭରଣ ଜମିର ପାଳ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ