ପୁରୀକୁ ଆଧୁନିକ ସହର କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଦରକାର

ପୁରୀ, (ଯୁଗାବ୍ଦ ନ୍ୟୁଜ) : ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍ ଏବଂ ମୋଏଲ ଲିମିଟେଡର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ଦେଢ କୋଟି ଟଙ୍କାର ପ୍ରକଳ୍ପ ତଥା କମ୍ୟୁନିଟି ସେଂଟର ଓ କଲ୍ୟାଣ ମଣ୍ଡପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିରି ପୁରୀରେ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସିଏସଆର ଅଧୀନରେ ୨୭ କୋଟିର ପ୍ରକଳ୍ପ କ୍ରିୟାନ୍ୱୟନ ହେଉଥିବା ସେ କହିଛନ୍ତି । ରବିବାର ପୁରୀ ସହରର ବାସେଳି ସାହି ମୁଦୁଲି ଜାଗା ଠାରେ ନବୀକରଣ ହୋଇଥିବା କଲ୍ୟାଣ ମଣ୍ଡପ ଏବଂ ଝାଡ଼େଶ୍ୱରୀ କ୍ଲବ ଠାରେ କମ୍ୟୁନିଟି ସେଂଟରର ଉଦଘାଟନ କରିଥିବା ବେଳେ ବାଲିସାହୀ ସ୍ଥିତ ହିଞ୍ଜିଳ ଜାଗାରେ କମ୍ୟୁନିଟି ହଲର ଭିତି ୍ରସ୍ତର ସ୍ଥାପନ କରିଛନ୍ତି । ଲୋକାର୍ପିତ ପ୍ରକଳ୍ପ ଗୁଡ଼ିକ ପୁରୀବାସୀଙ୍କର ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ କରିବାରେ ସହାୟକ ହେବା ସହ କମ୍ୟୁନିଟି ହଲ୍ ଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ସ୍ଥାନୀୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସହାୟକ ହେବ । ସେହିରି ଅନେକ ଯୁବ ଖେଳାଳୀଙ୍କ ସ୍ୱପ୍ନକୁ ସାକାର କରିଥିବା ଝାଡ଼େଶ୍ୱରୀ କ୍ଲବ ଲୋକାର୍ପିତ କମ୍ୟୁନିଟି ସେଂଟର ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇପାରିବ ବୋଲି କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । କରୋନା ମହାମାରୀ ସମୟରେ ରଥଯାତ୍ରା ହେଉ କିମ୍ବା ନବକଳେବର ବା ଶ୍ରୀମନ୍ଦିରର ବିକାଶ ଓ ପ୍ରସ୍ତାବିତ ଉପକୂଳ ରାଜପଥ ସବୁ କ୍ଷେତ୍ରରେ ମୋଦି ସରକାର ଆର୍ôଥକ ଓ ଆନୁଷାଙ୍ଗୀକ ସହଯୋଗ ଯୋଗାଇ ଆସୁଛନ୍ତି । ପୁରୀକୁ ଆଧୁନିକ ସହର ଭାବରେ ଗଢ଼ିତୋଳିବା ପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଦରକାର । ପୁରୀ ଭଳି ସହରରେ ପାଇପରେ ସ୍ୱଚ୍ଛ ଇନ୍ଧନ ଯୋଗାଇବା ତଥା ପୁରୀକୁ ସବୁଜ ସୁନ୍ଦର କରିବା ପାଇଁ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ୍ ମନ୍ତ୍ରଣାଳୟ ଗୁଡ଼ିକ ସହଯୋଗୀ ହେଉଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତାକାଲି ଠାରୁ ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ସାରା ଭାରତବର୍ଷରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟୀକାକରଣ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରୀ ମେଡ଼ିକାଲରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ କୌଣସି ରୋଗର ଶୀକାର ହୋଇଥିବା ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଟୀକା ଦିଆଯିବା ଏବଂ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ୨୫୦ ଟଙ୍କାରେ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ସମସ୍ତଙ୍କ ପାଇଁ ଗୌରବର ଦିନ ହେବ ବୋଲି କହିଛନ୍ତି । ଏହି ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଗେଲ୍ ଇଣ୍ଡିଆ ଓ ମୋଏଲ ଇଣ୍ଡିଆ ଲିମିଟେଡର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ