ମୋହନା ଜଙ୍ଗଲରେ ନିଆଁ ଲିଭାଇଲେ ବନ ସଂରକ୍ଷଣ ସମିତିର ସମ୍ପାଦକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଜଙ୍ଗଲରେ କୌଣସି ଦୁର୍ବୃତ୍ତ ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ । ଏହାକୁ ବନ ସଂରକ୍ଷଣ ସମିତିର ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା ଶୁଣିବା ପରେ ସେ ତୁରନ୍ତ ସେହି ସ୍ଥାନକୁ ଯାଇଥିଲେ । ନିଆଁକୁ ଦେଖି ସଙ୍ଗେ ସଙ୍ଗେ ବନ ଅଧିକାରୀ ମାନଙ୍କୁ ଫୋନ୍ କରିଥିଲେ । କିନ୍ତୁ ବନ ଅଧିକାରୀ ମାନେ ଅନ୍ୟତ୍ର ସ୍ଥାନରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଯାଇଛୁ ବୋଲି କହିବା ପରେ ନିଜେ ଶ୍ରୀ ବେହେରା ନିଆଁ ଲିଭାଇବା ପାଇଁ ଫାୟାର ଲାଇନ୍ ତିଆରି କରି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହି ଖବର ଶୁଣିବା ପରେ ମୋହନା ବନ ଅଧିକାରୀ କଳ୍ପନା ନାୟକ, ଫରେଷ୍ଟ ଗାର୍ଡ ସନ୍ତୋଷ ବିଶୋୟୀ ରତ୍ନ, ଫରେଷ୍ଟ ନିଧି ସ୍ୱାଇଁ ପ୍ରମୁଖ ପ୍ରଶଂଶା କରିବା ସହିତ ସାଧୁବାଦ ଜଣାଇଥିଲେ ।


