ପାରଳାର ସର୍ବବିଧ ଉନ୍ନତି ପାଇଁ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଅଧିବେସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ସର୍ବବିଧ ଉନ୍ନତି ମୁଖ୍ୟ ପ୍ରସଙ୍ଗକୁ ନେଇ ସ୍ଥାନୀୟ ଗୁଣ୍ଡିଚାବାଡି ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଅଧିବେସନ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅବସରପ୍ରାପ୍ତ ଅଧ୍ୟାପକ ନୃସିଂହ ପ୍ରସାଦ ଦାସ ସଭାପତିତ୍ୱରେ ସଂପାଦକ ହରିମୋହନ ପଟ୍ଟନାୟକ, ଉପସଭାପତି ଜଗଦୀଶ ମହାପାତ୍ର ଏବଂ ସ୍ଥାୟୀ ସଭାପତି ଲକ୍ଷ୍ମୀନୃସିଂହ ରଥ ମଞ୍ଚାସିନ ଥିଲେ । ସ୍ଥାୟୀ ସବାପତିଙ୍କ ପ୍ରସ୍ତାବ କ୍ରମେ ଇହଲୀଳା ସମ୍ବରଣ କରିଥିବା ସଭ୍ୟସଭ୍ୟାଙ୍କ ଶ୍ରଦ୍ଧାଞ୍ଜଳୀ ନିମନ୍ତେ ଦୁଇମନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭ୍ୟମାନଙ୍କ ଆଲୋଚନା କ୍ରମେ ପାରଳା ସହରର ଟ୍ରାଫିକ ସମସ୍ୟା, ରାସ୍ତାଘାଟରେ ଦୁର୍ଘଟଣା ଉପରେ ଘୋର ଉଦ୍‌ବେଗ ପ୍ରକାଶ କରାଯାଇ ପ୍ରତିକାର ନିମନ୍ତେ ପ୍ରଶାନକୁ ଅନୁରୋଧ କରାଗଲା । ବ୍ୟାଙ୍କ, ବିଦ୍ୟୁତ୍ ଖଜଣା ଆଦାୟ ଆଦି ଲାଗି ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ପାଇଁ ଦାବି କରାଯାଇଛି । ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ପାଇଁ ଏକ ସ୍ୱତନ୍ତ୍ର କୋଠାଘର ପାଇଁ ଜମି ପ୍ରଦାନ ଓ ବରିଷ୍ଠ ନାଗରିକ ଅବସର ବିନୋଦନ କେନ୍ଦ୍ର ନିମନ୍ତେ ସ୍ୱତନ୍ତ୍ର ଗୃହ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ଗୃହିତ ହେଲା । କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ହୃଦୟାନନ୍ଦ ସାହୁକାର, ହରିକୃଷ୍ଣ ପାତ୍ର, ରାମଚନ୍ଦ୍ର ପାଢୀ ପ୍ରମୁଖଙ୍କ ସହ ଶତାଧିକ ବରିଷ୍ଠନାଗରିକ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ