ଚଳନ୍ତା ବସରୁ ଖସି ଯାତ୍ରୀ ଗୁରୁତର
ଯୋଡ଼ା, (ଯୁଗାଦ୍ଦ ନ୍ୟୁଜ):କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଆନ୍ତ୍ରାମାନ୍ତ୍ରା ବ୍ରିଜ୍ ନିକଟରେ ସୋମବାର ଜଣେ ବୃଦ୍ଧ ଏକ ଚଳନ୍ତା ସିଟି ରାଇଡ୍ ବସ୍ ରୁ ଖସିପଡି ବସ୍ ଚକ ତଳେ ଚାପି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଥିବା ଖବର ହସ୍ତଗତ ହୋଇଛି । ସୁଚନାନୁୁସାରେ, ଯୋଡା ସହିଦନଗରର ରୟା ମୁଣ୍ଡା ନାମକ ବୃଦ୍ଧ ତାଙ୍କ ସପରିବାର ସହିତ ଯୋଡାରୁ ବୈଷ୍ଣଦେବୀ ନାମକ ସିଟି ରାଇଡ୍ ବସ୍ ନଂ ଓଆର୦୯ଜି ୨୨୭୬ରେ ବସି ଗୁରୁଡା ଅଭିମୁଖେ ଯାଉଥିଲେ । ବସ୍ ରେ ପ୍ରବଳ ଭିଡ ହେତୁ ରୟା ମୁଣ୍ଡା ଓ ତାଙ୍କ ପରିବାର ଲୋକେ ଛିଡା ହୋଇ ଯାଉଥିଲେ । ସୋମବାର ଅପରାହ୍ନ ପ୍ରାୟ ୨.୩୦ ମିନିଟ୍ ସମୟରେ ଆନ୍ତ୍ରାମାନ୍ତ୍ରା ବ୍ରିଜ୍ ପାଖରେ ଥିବା ଏକ ସ୍ପିଡ୍ ବ୍ରେକର ନିକଟରେ ବସ୍ ଟି ଆକସ୍ମିକ ବ୍ରେକ ମାରିବା ଫଳରେ ବସ୍ ଦ୍ୱାର ନିକଟରେ ଛିଡା ହୋଇଥିବା ରୟା ମୁଣ୍ଡା ନାମକ ବୃଦ୍ଧ ବସ୍ ରୁ ଖସିପଡିଥିଲେ । ଫଳରେ ବସ୍ ର ପଛ ଚକଟି ରୟା ମୁଣ୍ଡାଙ୍କ ବାମ ଗୋଡରେ ଚଢିଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାକୁ ନେଇଯାଇଥିଲେ । ତାଙ୍କର ବାମ ଗୋଡଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି । ଏହି ଘଟଣା ଘଟିବା ପରେ ସଂପୃକ୍ତ ବସ୍ ର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହନଚି ତଦନ୍ତ ଆରମ୍ଭ କରିବା ସହିତ ବସ୍ ଟିକୁ ଜବତ କରିଥିବା ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସନ୍ଧ୍ୟା ୫.୩୦ ସମୟରେ ସୂଚନା ଦେଇଛନ୍ତି ।


