ଯୋଡା ରୋଟାରୀ କ୍ଲବ ପକ୍ଷରୁ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା
ଯୋଡ଼ା ,(ଯୁଗାଦ୍ଦ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ଯୋଡା ରୋଟାରୀ କ୍ଲବ ପକ୍ଷରୁ ରବିବାର ୧୫୦ତମ ଗାନ୍ଧୀଜୟନ୍ତୀ ଉପଲକ୍ଷେ ଏକ ବିଦ୍ୟାଳୟସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଟେଲ ଲାଓପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧିଜୀଙ୍କ ଆଦର୍ଶକୁ ଛାତ୍ରୀଛାତ୍ର ତଥା ଲୋକଙ୍କ ମଧ୍ୟରେ ପୁନଃ ଜାଗୃତ କରିବା ପାଇଁ ଯୋଡା ରୋଟାରୀ କ୍ଲବ ପକ୍ଷରୁ ଏହା ଏକ ପ୍ରୟାସ । ଯୋଡା ଅଂଚଳର ୭ଟି ବିଦ୍ୟାଳୟରୁ ୨୩୮ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବଡବିଲ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ ଝା, ସରତ କୁମାର ଦାସ, ଯୋଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମୃଦୁଳା ମହାନ୍ତି, ଅଧ୍ୟାପିକା ସବିତା ଖଟୋଇ, ଅଧ୍ୟାପକ ବିଭୂତି ଭୂଷଣ ମହାନ୍ତି, ପବିତ୍ର ମୋହନ କର ପ୍ରମୁଖ ଏହି ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ତୁଲାଇଥିଲେ । ଏହି ପ୍ରତିଯୋଗିତାର ସମସ୍ତ କୃତୀ ଛାତ୍ରୀଛାତ୍ରମାନଙ୍କୁ ଆଗାମି ନଭେମ୍ବର ୧୪ ତଥା ଶିଶୁ ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଆୟୋଜିତ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଯୋଡା ରୋଟାରୀ କ୍ଲବର ସଦସ୍ୟ ଡଃ ମାଧବ ମିଶ୍ର, ବି.ଡି ସାହୁ, ସିଦ୍ଧାର୍ଥ କର, ଜିତେନ୍ଦ୍ର ବୈଦ୍ୟ, ସାରଦା ଆଚାର୍ଯ୍ୟ, ପ୍ରକାଶ ମହାନ୍ତି, ସାଇ ଶିବା, ରାକେଶ ସିଂଘାଣିଆ, ସ୍ୱରୂପ ପଣ୍ଡା, ସୁନିଲ ବାସୋତିଆ ଓ ବିକାଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।


