ବାଣ ବଜାରରେ ପୋଲିସର ଚଢ଼ାଉ
ବ୍ରହ୍ମପୁର,(ଯୁଗାଦ୍ଦ ନ୍ୟୁଜ) : ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଦୋକାନ ବଜାରରେ ଭିଡ଼ ଦେଖିବାକୁ ମିଳେ । ଖାସ କରି ବାଣ ବଜାର ବେଶ ଚଳ ଚଞ୍ଚଳ ରହିଥାଏ । ଏହି ସମୟରେ ଅସାଧୁ ବ୍ୟବସାୟୀ ମାନେ ବାଣ ବ୍ୟବସାୟ କରି କୋଟି କୋଟି ଟଙ୍କାର ଅର୍ଥ ରୋଜଗାର କରିଥାନ୍ତି । ଆଜି ବ୍ରହ୍ମପୁର ପୋଲିସ ପ୍ରଶାସନ ଓ ଦମକଳ ବାହିନୀ ମିଳିତ ଭାବେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ସଙ୍ଘ ପକ୍ଷରୁ ନୀଳକଣ୍ଠେଶ୍ଵର ଅଂଚଳରେ ଚାଲିଥିବା ଗଛିତ ଥିବା ସଙ୍ଘ ର କର୍ମକର୍ତାଙ୍କୁ କାରଣ ଦର୍ଶାଇବାକୁ ଜୁହାଯାଇଥିଲା । ଏହା ପରେ ମଧ୍ୟ୍ୟ ବାଣ ବ୍ୟବସାୟୀ ମାନେ ବନ୍ଦ କରି ଚଳିଯାଇଥିଲେ । ପୋଲିସ ପ୍ରଶାସନ ଓ ଦମକଳ ବାହିନୀ ବାରମ୍ଭାର କହିବା ପରେ ନଶୁଣିବାରୁ ମାଜିଷ୍ଟ୍ରେଟ ଉପସ୍ଥିତିରେ କବାଟ ତାଲା ଭାଙ୍ଗି ଯାଞ୍ଚ କରିବା ସହ ଦୋକାନ ଗୁଡିକୁ ସିଲ୍ କରିଥିଲେ । ଅନ୍ୟ ପଟେ ଲାଇସେନ୍ସ ନଥାଇ ବେଆଈନ ବାଣ ମହଜୁଦ ରଖିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବ୍ରହ୍ମପୁର ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ସନାତନ ମହାପାତ୍ର, ଗୋସଁଇନୂଆଗାଁ ଥାନାଧିକାରୀ ଉପସ୍ଥିତ ଥିଲେ । ଏହା ସହ ଆଗକୁ ଦୀପାବଳି ରହିଥିବାରୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛୁ ବୋଲି ସଙ୍ଘର ସଭାପତି କହିଛନ୍ତି ।


