“ନିଜ ପାଇଁ ଗାତ ଖୋଳୁଛନ୍ତି କଙ୍ଗନା ଓ ରଙ୍ଗୋଲି’

ବି’ଟାଉନରେ କିଛି ଦିନ ତଳେ କଙ୍ଗନା ରଣାୱତ୍‌ଙ୍କ ଭଉଣୀ ରଙ୍ଗୋଲି ଓ ତାପସୀ ପନ୍ନୁଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କାରଣ ତାପସୀ ତାଙ୍କ ଭଉଣୀ କଙ୍ଗନାଙ୍କୁ କପି କରୁଛନ୍ତି ବାଲି ରଙ୍ଗୋଲି ଟ୍ୱିଟରରେ ଏକ କମେଣ୍ଟ୍ କରିଥିଲେ । ରଙ୍ଗୋଲିଙ୍କ ନେଗେଟିଭ୍ କମେଣ୍ଟକୁ ନେଇ ଏବେ ମୁହଁ ଖାଲି ପ୍ରତିକ୍ରିୟା ଦେଇଛନ୍ତି ତାପସୀ । ଏକ ସାକ୍ଷାତକାରରେ ସେ କହିଛନ୍ତି, ଯେଉଁଭଳି ଭାବରେ ବାରମ୍ବାର ରଙ୍ଗୋଲି ଓ କଙ୍ଗନା ମୋ ଉପରେ ଧ୍ୟାନ ଦେଉଛନ୍ତି, ତାହା ଦେଖି ମୁଁ ଭାବୁଛି- ଦୁଇ ଭଉଣୀ ମାତେ ବହୁତ ଭଲ ପାଉଛନ୍ତି । ଏଥିପାଇଁ ମୁଁ ସେମାନଙ୍କୁ ସାଲ୍ୟୁଟ୍ କରୁଛି । କାରଣ ମା ପାଖରେ ସେମାନଙ୍କୁ ଧ୍ୟାନ ଦେବା ପାଇଁ ସମୟ ନାହିଁ । ମାତେ ଲାଗୁଛି ଯେ ମୁଁ ସେମାନଙ୍କ ପାଇଁ ବହୁତ ଗୁରୁତତ୍ୱପୂର୍ଣ୍ଣ ।” ସେ ଆହୁରି କହିଛନ୍ତି, “ମୁଁ କେବେ କଙ୍ଗନାଙ୍କ ବିରୋଧରେ କିଛି କଥା କହିନାହିଁ । “ପିଙ୍କ୍‌’ ଫିଲ୍ମର ସ୍କ୍ରିନିଙ୍ଗ୍ ସମୟରେ ଆମ ଦୁହିଁଙ୍କର ଦେଖା ହୋଇଥିଲା । ମୁଁ ତାଙ୍କୁ କେବଳ ହାଏ କହିଥିଲି, ବାଏ ମଧ୍ୟ କହିପାରି ନଥିଲି । ତାପସୀ କହିଛନ୍ତି, “ମୁଁ ଏଥିପାଇଁ ଚିନ୍ତିତ ଯେ ଏମିତି କେଉଁ କାରଣ ରହିଛି, ଯେଉଁଥିପାଇଁ ଦୁଇ ଭଉଣୀ ମାତେ ଟାର୍ଗେଟ୍ କରୁଛନ୍ତି । ଏପରି କରି ଦୁଇ ଭଉଣୀ ନିଜ ପାଇଁ ଗାତ ଖାଳୁଛନ୍ତି । ଆଉ ସେହି ଗାତର ସେମାନେ ହିଁ ଭିତରକୁ ଭିତରକୁ ପଶି ଚାଲିଛନ୍ତି । କଙ୍ଗନା ଜଣେ ଭଲ ଅଭିନେତ୍ରୀ । ଆଗକୁ ମଧ୍ୟ ଭଲ ଅଭିନୟ ଜାରି ରଖିବେ । ମୁଁ ତାଙ୍କୁ ପସନ୍ଦ କରେ ଓ ସମ୍ମାନ ମଧ୍ୟ କରେ । କିନ୍ତୁ ତାଙ୍କ ଭଉଣୀ ମାତେ ପସନ୍ଦ କରୁନାହାନ୍ତି ଓ ଏହା ମୋ ପାଇଁ ଗୁରୁତ୍ୱ ରଖେ ନାହିଁ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ