ଦୀପିକାଙ୍କଠୁ ଟାଇମ୍ ମ୍ୟାନେଜମେଣ୍ଟ ଶିଖୁଛନ୍ତି ରଣବୀର୍
ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍ ବଲିଉଡର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ । ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ । ନିଜ ସାଂସାରିକ ଜଞ୍ଜାଳରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଉଭୟ ପରସ୍ପର ପାଇଁ ସମୟ ବାହାର କରିଦେଇଥାନ୍ତି । ବର୍ତ୍ତମାନ ଦୀପିକାଙ୍କଠାରୁ ଟାଇମ୍ ମ୍ୟାନେଜମେଣ୍ଟ ଶିଖୁଛନ୍ତି ରଣବୀର । ତାଙ୍କ ମତରେ ଦୀପିକା ଟାଇମ୍ ମ୍ୟାନେଜମେଣ୍ଟ କରିବାରେ ସିଦ୍ଧହସ୍ତା । ସେ ମା ଜୀବନରେ ଆସିବା ପରେ ବହୁତ କିଛି ଶିଖିବାକୁ ମିଳିଛି ବୋଲି ସେ କହିଛନ୍ତି । ବିବାହ ପରେ ପ୍ରଥମଥ ହୋଇଯାଇଛି । କବିର ଖାନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଚରିତ୍ରରେ ନଜରକୁ ଆସିବେ । ଫିଲ୍ମ “୮୩’ ରଣବୀର ସିଂଙ୍କ ଅଭିନୀତ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ପ୍ରସ୍ତୁତ ଏହା ପ୍ରଥମ ତ୍ରିଭାଷୀ ଫିଲ୍ମ ହେବ । ଏହି ଫିଲ୍ମର କିଛି ଭାଗ ଶୁଟିଂ ପ୍ରସିଦ୍ଧ ଲଡର୍ସ ଗ୍ରାଉଣ୍ଡରେ କରାଯାଇଛି ।


