ଗରାପୁର ଶିବାନନ୍ଦ ଆଶ୍ରମରେ ଶ୍ରୀ ବିଷ୍ଣୁ ମହାଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ,କର୍ମଚାରୀ, ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ସାମ୍ବାଦିକମାନଙ୍କ କଲ୍ୟାଣ ନିମନ୍ତେ ଅନୁଷ୍ଠିତ ବିଶ୍ୱ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରୋହିତ ରବି ନାରାୟଣ ମହାପାତ୍ର ଓ ସାଥିମାନଙ୍କ ଦ୍ୱାରା ଉଚାରିତ ପବିତ୍ର ମନ୍ତ୍ର ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା । ଏହି ଉପଲକ୍ଷେ ଶ୍ରୀ ମା ଦିବ୍ୟ ସ୍ୱରୂପାନନ୍ଦଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ,ଅଧ୍ୟାପକ ସୂର୍ଯ୍ୟମଣୀ ପଣ୍ଡା,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ,ସ୍ୱାମୀ ରାମସରଣାନନ୍ଦ ସରସ୍ୱତୀ, ସ୍ୱାମୀ ଗୁରୁସରଣାନନ୍ଦ ସରସ୍ୱତୀ, ଜ୍ଞାନରଞ୍ଜନ ମହାନ୍ତି, ସତ୍ୟବ୍ରତ ସିଂ,ଶିବାନୀ, ବର୍ଷା, ଦେବେନ୍ଦ୍ର ନାଥ ସାମନ୍ତ, ପ୍ରମୋଦ ପ୍ରଧାନ, ନୃସିଂହ ବାବା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ଯୋଗ ଓ ଓଡିଶୀ ନୃତ୍ୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଇନ୍ଦୁପୁରସ୍ଥିତ ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶ୍ରୀ ମା ପାୟଲ ମ୍ୟୁଜିକ ସ୍କୁଲର ମୁଖ୍ୟ ଦେବାଶିଷ ସାମଲଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଧର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ