ମହଙ୍ଗା ହେବ ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ, (ୱାଇଏନ୍‌ସ୍‌) ପ୍ଲାଟଫର୍ମ ଟିକେଟର ଦାମ ବଢାଇବାକୁ ନେଇ ଭାରତୀୟ ରେଳ ବିଭାଗ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛନ୍ତି । ରେଳ ବିଭାଗ ତରଫରୁ କୁହାଯାଇଛି ଯେ, ପ୍ଲାଟଫର୍ମ ଟିକେଟକୁ କିଛି ଷ୍ଟେସନରେ ବଢାଯାଇଛି । କେରାନା ମହାମାରୀ ସମୟରେ ଭିଡ ରୋକିବାକୁ ଏହା ଏକ ‘ଅସ୍ଥାୟୀ’ ପଦକ୍ଷେପ ଅଟେ । ଏହାର ଉଦ୍ଦେଶ୍ୟ ଭିଡକୁ ରୋକିବା । ଭାରତୀୟ ରେଳ ବିଭାଗ ପ୍ରବକ୍ତା ଡି.ଜେ ନାରାୟଣ କହିଛନ୍ତି ଯେ, ସବୁ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ମହଙ୍ଗା କରିବାର ଯେଉଁ ଖବର ଆସୁଛି ଏହା ସଠିକ ଖବର ନୁହଁ । ଏହି ନିୟମ କିଛି ଦିନ ପାଇଁ ଲାଗୁ କରାଯାଇଛି । ଏହା ଉତ୍ସବ ଆଦି ସମୟରେ ଭିଡକୁ କାବୁ କରିବା ପାଇଁ ଏହତି ନିଷ୍ପତି ନିଆଯାଇଛି ।ସୂଚନାଯୋଗ୍ୟ ଯେ, ରେଳ ବିଭାଗ ତରଫରୁ ନୋଟିଫିକେସନ ଜରିଆରେ ଏହି ପ୍ଲାଟଫର୍ମ ଟିକେଟକୁ ବଢାଇ ୧୦ ଟଙ୍କାରୁ ୩୦ ଟଙ୍କା କରିଦିଆ ଯାଇଛି । ଦିଲ୍ଲୀ , ମୁମ୍ବାଇ, ଆଦି ପ୍ରମୁଖ ସ୍ଥାନ ମାନଙ୍କରେ ଏହି ପ୍ଲାଟଫର୍ମ ଟିକେଟ ୫ ଗୁଣା ଯାଏଁ ବଢାଯାଇଛି । ଏହି ନୂଆ ଦର ୧ ମାର୍ଚ୍ଚରୁ ଲାଗୁ ହୋଇ ୧୫ ଜୁନ ଯାଏଁ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ