ଘୁମୁସର ଗାନ୍ଧୀ ଦୀନବନ୍ଧୁ ବେହେରାଙ୍କ ୧୧୬ ତମ ଜୟନ୍ତୀ ପାଳନ

ଗାଙ୍ଗପୁର, (ସନ୍ତୋଷ ବିଷୋୟୀ):ଵେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ନେଟଙ୍ଗା-ରତନପୁର ଗ୍ରାମରେ ଘୁମୁସର ଗାନ୍ଧୀ,ତିନିଥରର ବିଧାୟକ, ମହାନ ସ୍ବାଧୀନତା ସଂଗ୍ରାମୀ ଦୀନବନ୍ଧୁ ବେହେରାଙ୍କଥ ୧୧୬ ତମ ଜୟନ୍ତୀ ନେଟଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରହଲ୍ଲାଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଶିଷ୍ଠ କୃଷିଵିଶାରଦ ତଥା ପ୍ରକୃତିପ୍ରେମୀ ରାଜେନ୍ଦ୍ର ପ୍ରସାଦ ଦାସ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଭଂଜନଗର ଓକିଲ ସଂଘ ସଭାପତି ଦଣ୍ଡପାଣି ସ୍ଵାଇଁ, ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ଓକିଲ ଅଭିମନ୍ୟୁ ଗୈାଡ , ଶିକ୍ଷାଵିତ ସନ୍ତୋଷ କୁମାର ତ୍ରିପାଠୀ, ଓକିଲ ରବିନ୍ଦ୍ର ନାଥ ଦାଶ, ସନ୍ତୋଷ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଜନନାୟକ ଙ୍କ ବିଷୟରେ ଉଦ୍ବୋଧନ ଦେଇଥିଲେ । କଣ୍ଠଶିଳ୍ପୀ ନୃସିଂହ କୁମାର ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ଵାଗତ ଭାଷଣ ଦେଇଥିବାବେଳେ ପୂର୍ବତନ ସରପଞ୍ଚ ବୈଦ୍ୟନାଥ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଅଭିମନ୍ୟୁ ପଣ୍ଡା, ବରିଷ୍ଟ ନାଗରିକ ଟ୍ରଷ୍ଟ ସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ଅଧ୍ୟାପକ ଦିଵ୍ୟଲୋଚନ ବିଶ୍ବାଳ, ହରିବନ୍ଧୁ ଲେଙ୍କା, ସୂର୍ଯ୍ୟମଣି ବଳିତା, ସମିତି ସଭ୍ୟ ଦେଵେନ୍ଦ୍ର ଗୈାଡ ପ୍ରମୁଖ ମହାନ ଯୋଗଜନ୍ମା ପୁରୁଷଙ୍କ ସ୍କୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ