ଓକିଲ ସଂଘ ନିର୍ବାଚନର ପ୍ରଥମଦିବସରେ ୩ ନାମାଙ୍କନ ପତ୍ର ଦାଖଲ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ ୩ଜଣ ପ୍ରାର୍ଥୀପତ୍ର ଦାଖଳ କରିଥିବା ସୂଚନା ମିଳିଛି । ସଭାପତି ପଦବୀ ପାଇଁ ଆଶୁତୋଷ ମହାନ୍ତି, ସଂପାଦକ ପଦବୀ ପାଇଁ ସୁଶ୍ରୀ କୁମାରୀ ନାୟକ, ଅତିରିକ୍ତ ଯୁଗ୍ମ ସଂପାଦକ ତଥା ଗ୍ରନ୍ଥାଗାରିକ ପଦବୀ ପାଇଁ ସୁଧାଂଶୁ ଶେଖର ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମାର୍ଚ୍ଚ ୮ ତାରିଖ ମନୋନୟନ ପତ୍ର ଦାଖଲର ଶେଷ ଦିବସ ରହିଛି । ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀ ପ୍ରଦିପ୍ତ କୁମାର ମହାପାତ୍ରଙ୍କ ନିକଟରେ ମନୋନୟନ ପତ୍ର ଦାଖଲ କରିଥିବା ବେଳେ ରବିନ୍ଦ୍ର କୁମାର ପାତ୍ର, ମନୁ ମତିଓଲ୍ଲା ବକ୍ସ, ଜ୍ଞାନରଞ୍ଜନ ମହାନ୍ତି, ନୀଳମଣି ମହାନ୍ତି, ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ସହକାରୀ ନିର୍ବାଚନ ଅଧିକାରୀମାନେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଦେଖାଯାଇଛି ।


