କେନ୍ଦ୍ରାପଡା ଜିଲ୍ଲା ବୋଲିଂସଙ୍ଘ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):: ଭାରତୀୟ ବୋଲିଂ ସଙ୍ଘ(ବି.ଏଫ.ଆଇ.)ଅନୁବନ୍ଧିତ ରାଜ୍ୟ ବୋଲିଂ ଆସୋସିଏସନ ପକ୍ଷରୁ ପ୍ରତି ଜିଲ୍ଲାରେ ଏହାର ପ୍ରଚାର ଓ ପ୍ରସାର ଲାଗି ଉଦ୍ୟମ ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଏଥିରେ ସାମିଲ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ବୋଲିଂ ସଙ୍ଘ(କେ.ଡି.ବି.ଏ.) ଉଦଘାଟିତ ହୋଇଯାଇଛି । କ୍ରୀଡା ପାଇଁ ସ୍ୱତନ୍ତ୍ର ସ୍ଥାନ ବହନ କରୁଥିବା କେନ୍ଦ୍ରାପଡା ଲନ ବଲରେ ବି ଅଗ୍ରଣୀ ଭୂମିକା ନେବାକୁ ପ୍ରୟାସ କରିବ ବୋଲି ସମ୍ପାଦକ ମନୋରଞ୍ଜନ ମିଶ୍ର ଆଶା ପ୍ରକାଶ କରିଛନ୍ତି । କେଡିବିଏର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସଙ୍ଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଏହି ଖେଳର ଦ୍ରୁତ ପ୍ରସାର ଓ ଲୋକପ୍ରିୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଓଡିଶା ଅଲମ୍ପିକ ସଙ୍ଘର ସ୍ୱୀକୃତି ମିଳିଥିବାରୁ କେଡିବିଏ ପକ୍ଷରୁ ଶ୍ରୀ ପୁରୋହିତ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟ କ୍ରୀଡା ବିଭାଗ ଖୁବ ଶୀଘ୍ର ଏହି ଖେଳକୁ ସ୍ୱୀକୃତି ପ୍ରଦାନଲାଗି ଆବଶ୍ୟକୀୟ କାହଜପତ୍ର ଦାଖଲ କରାଯାଇଛି ବୋଲି ମଧ୍ୟ ସୂଚନା ଦେଇଥିଲେ ଶ୍ରୀ ପୁରୋହିତ । ଏହି ଅବସରରେ ରାଜ୍ୟ ସଙ୍ଘ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସ୍ୱାଇଁ, କେଡିବିଏ ସଭାପତି ଧିରେନ୍ଦ୍ର କୁମାର ସାହୁ, ଉପସଭାପତି ଭାସ୍କର ମହାରଣା, ଯୁଗ୍ମସମ୍ପାଦକ ରାଜକିଶୋର ବେହୁରା, କୋଷାଧ୍ୟକ୍ଷ ରଞ୍ଜନ କୁମାର ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ ନିତ୍ୟାନନ୍ଦ ବେହେରା, ଜାତୀୟ ସ୍ତରର ଫେନସର ତଥା ଟେକନିକାଲ ଅଫିସିଆଲ କୁମାରୀ କରିସ୍ମା ରାଉତ ପ୍ରମୁଖ ଯୋଗଦେଇଥିଲେ । ବହୁ ଜାତୀୟ ସ୍ତରର ଖେଳାଳି ଓ ଉଦୀୟମାନ କ୍ରୀଡାବୀତ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଲୋକପ୍ରିୟତା ଦିଗରେ ଅଗ୍ରସର ହେଉଥିବା ବୋଲିଂ ଓ ଲନ ବଲ ଖେଳରେ ଓଡିଶାର ପ୍ରବେଶ ୩ବର୍ଷ ହୋଇସାରିଛି । ଗତବର୍ଷ ଆସାମର ଗୈାହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡାର ତୃତୀୟ ସଂସ୍କରଣରେ ଲନ ବଲ ପଦାର୍ପଣ କରିଥିବା ବେଳେ ଓଡିଶା ଏଥିରେ ଭାଗନେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ