ଆୟାପ୍ପା ସ୍ୱାମୀ ମନ୍ଦିରର ୧୮ ତମ ବାର୍ଷିକ ଉତ୍ସବ

ପାରଳାଖେମୁୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ଦୋଳ ପଖୋରୀ ରାସ୍ତାରେ ଥିବା ଶ୍ରୀଶ୍ରୀଶ୍ରୀ ଆୟାପ୍ପା ସ୍ୱାମୀ ମନ୍ଦିର ପ୍ରତିଷ୍ଠାର ୧୮ତମ ବାର୍ଷିକ ଉତ୍ସବ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସୋମବାର ଦିନ ତଥା ୮ତାରିଖ ଦିନ ମାଘ ମାସ ଦଶମୀ ତିଥିରେ ଉକ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେବ । ଏଥିନେଇ ଆଜି ରବିବାର ଦିନ ଆୟାପ୍ପା ସ୍ୱାମୀଙ୍କ ମୃର୍ତ୍ତିକୁ ରଥରେ ବସାଇ ନଗର ପରିକ୍ରମା କରାଯାଇଥିଲା । ଏଥିରେ ବହୁ ଭକ୍ତ ବା ଶ୍ରଦ୍ଧାଳୁ ଯୋଗଦେଇଥିଲେ । ସୋମବାର ଦିନ ପ୍ରତିଷ୍ଠା ଉତ୍ସବ ଲାଗି ସକାଳ ୮ଘଣ୍ଟା ଠାରୁ ଭଗବାନଙ୍କୁ ପଞ୍ଚାମୃତ ଅଭିଷେକ ସହ ହୋମ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମଧ୍ୟାହ୍ନ ସମୟରେ ପ୍ରସାଦ ସେବନ ସହ ସନ୍ଧ୍ୟା ୪ଘଣ୍ଟା ସମୟରେ ଭକ୍ତମାନଙ୍କ ଦ୍ୱାରା ଦୀପଦାନ କାର୍ଯ୍ୟକ୍ରମ ହେବାର ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାପରେ ୧୧ତାରିଖ ତଥା ଗୁରୁବାର ଦିନ ଆୟାପ୍ପା ମନ୍ଦିର ପରିସରରେ ଥିବା କାଶୀ ବିଶ୍ୱନାଥ ଶିବଲିଙ୍ଗ ନିକଟରେ ସନ୍ଧ୍ୟା ସମୟରେ ରୁଦ୍ରାଭିଷେକ ହୋଇ ମଧ୍ୟ ରାତ୍ର ୧୨ ଘଣ୍ଟା ସମୟରେ ଶିବଙ୍କର ଲିଙ୍ଗାଭରଣ କରାଯିବ ବୋଲି ମଧ୍ୟ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ