ବିଜେପିରେ ଯୋଗଦେଲେ ମିଥୁନ
ନୂଆଦିଲ୍ଲୀ, (ଓ୍ୱାଇଏନ୍ଏସ୍): ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ଦିନ କୋଲ୍କାତା ‘ବ୍ରିଗେଡ୍ ଗ୍ରାଉଣ୍ଡ୍’ରେ କାର୍ଯ୍ୟକ୍ରମରେ ଯୋଗଦେଇ ‘ବିଜେପି’ରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ରାଲିରେ ଫିଲ୍ମଷ୍ଟାର୍ ମିଥୁନଙ୍କ ଉପସ୍ଥିତି ବହୁ ବିଜେପି ସମର୍ଥକଙ୍କୁ ‘ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ୍’କୁ ଆକର୍ଷିତ କରିଛି। ଏକଦା ‘ସିପିଆଇ(ଏମ୍)’ର ଘନିଷ୍ଠ ଥିବା ମିଥୁନ ଚକ୍ରବର୍ତ୍ତୀ କିଛି ବର୍ଷ ନିମନ୍ତେ ‘ତୃଣମୂଳ କଂଗ୍ରେସ’ ପକ୍ଷରୁ ରାଜ୍ୟସଭାରେ ସାଂସଦ ଥିଲେ। ନିକଟ ଅତୀତରେ ‘ଆର୍ଏସ୍ଏସ୍’ର ମୁଖ୍ୟ ମୋହନ ଭାଗବତ ଏବଂ କୈଳାସ ବିଜୟବର୍ଗୀୟଙ୍କ ସହ ମିଥୁନ ଚକ୍ରବର୍ତ୍ତୀଙ୍କ ସାକ୍ଷାତ୍ ଯୋଗୁଁ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା।


