ଶିକ୍ଷକ ନିରାକାର ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ବଳଦେବ ହାଇସ୍କୁଲର ପ୍ରବୀଣ ଶିକ୍ଷକ ସ୍ୱର୍ଗତଃ ନିରାକାର ରାଉତଙ୍କ ବାସଭବନରେ ଦ୍ୱାଦଶାହ ତିଥି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କର ଛାତ୍ର ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଳଦେବ ହାଇସ୍କୁଲର ଛାତ୍ର ରବିନ୍ଦ୍ର ନାଥ ସାହୁ, ଅଦୈତ କୁମାର ମହାପାତ୍ର, ସୁନିଲ ମାହାଲିକ, ନୃସିଂହ ଚରଣ ତ୍ରିପାଠୀ, ପ୍ରଦୀପ୍ତ କୁମାର ଜେନା, ଦେବେନ୍ଦ୍ର ଜେନା, ମଦନ ମୋହନ ସାହୁ, ବନ୍ଧୁ ବସନ୍ତ କୁମାର ସାହୁ, ଅମୀୟ କୁମାର ନାୟକ, ମଧୁସ୍ମିତା ଅଗ୍ରୱାଲ, ସ୍ଥାନୀୟ ସରପଂଚ ସୁଦର୍ଶନ ବେହେରା ପ୍ରମୁଖ ଯୋଗଦେଇ ତାଙ୍କର ନିଷ୍ଠାପର ଶିକ୍ଷକତା ସହ ସେ ଜଣେ ସରଳ ଦକ୍ଷ ଶିକ୍ଷକ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତବ୍ୟକ୍ତ କରି ତାଙ୍କ ଅମର ଆମ୍‌ôାର ସଦ୍‌ଗତି କାମନା କରିଥିଲେ । ତାଙ୍କ ଦ୍ୱାରା ଶିକ୍ଷା ଗ୍ରହଣ କରିଥିବା ଅନେକ ଛାତ୍ର ରାଜ୍ୟ ଏବଂ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି ବୋଲି ସ୍ମୃତିସଭାରେ ଆଲୋଚନା ହୋଇଥିଲା । ତାଙ୍କ ପରିବାର ବର୍ଗଙ୍କୁ ଈଶ୍ୱର ସହାୟକ ହୁଅନ୍ତୁ ବୋଲି କାମନା କରାଯାଇଥିଲା । ତାଙ୍କର ବନ୍ଧୁ ସରୋଜକାନ୍ତ ପରିଜା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ