ଷଣ୍ଢ ଚାଲାଣକାରୀ’ଙ୍କୁ ଥାନାରେ ଜିମାଦେଲେ ଗ୍ରାମବାସୀ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ); ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଦୁନ୍ଦୁ’ ଗ୍ରାମର ଜନୈକ ବ୍ୟକ୍ତି’ଙ୍କ ଦ୍ୱାରା ବହଳଦାର ବୁଲା ଷଣ୍ଡକୁ ସାରସକଣା ହାଟକୁ ଚାଲାଣ କରୁଥିବାବେଳେ ଗ୍ରାମବାସୀ’ଙ୍କ ହାତରେ ଧରା ପଡିଛି। ସୂଚନା ଅନୁସାରେ ଦୁନ୍ଦୁ’ ଗ୍ରାମର ଏସ୍.କେ ସାମସୁଲ’ଙ୍କ ପୁଅ ଏମ୍.ଡି ଇସଲାମ(୩୮) ଆଜି ଅପରାହ୍ନ ପ୍ରାୟ ୧’ଘଟିକା ସମୟରେ ବହଳଦାର ବୁଲା ଷଣ୍ଢଟିକୁ ବିକିବା ଉଦ୍ଧେଶ୍ୟରେ ସାରସକଣା ହାଟକୁ ଘଉଡେଇ ନେଉଥିଲାବେଳେ ଏହା ଦେଖି ବହଳଦାର ପ୍ରକାଶ ଚନ୍ଦ୍ର ପଲ’ଙ୍କ ପୁଅ ସଞ୍ଜୟ ପଲ(୨୬) ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା।ତାକୁ ଅଟକାଇବାରୁ ସଞ୍ଜୟ ସହିତ ଯୁକ୍ତିତର୍କ କରିବା ସହିତ ଧମକ ଚମକ ଦେଇଥିଲା।ପରେ ସେ ଗ୍ରାମବାସୀ’ଙ୍କ ସହାୟତାରେ ଉକ୍ତ ବ୍ୟକ୍ତିକୁ ଅଟକ ରଖି ବହଳଦା ଥାନାରେ ସୂଚନା ଦେଇଥିଲେ।ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତେଲା ଦେବା ସହିତ ଘଟଣାର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଥିଲେ। ତେବେ ମହାଶିବରାତ୍ରୀ ପରି ଏକ ପବିତ୍ର ଦିବସ ଅବସରରେ ବୁଲା ଷଣ୍ଡକୁ ବିକ୍ରି କରିବା ଉଦ୍ଧେଶ୍ୟରେ ଚୋରେଇ ନେବାକୁ ଚେଷ୍ଟା କରିବା ଘଟଣା ଲୋକଙ୍କ ଧାର୍ମିକ ଭାବନାକୁ କଷ୍ଟ ଦେଇଥିବା ବେଳେ ପ୍ରଭୁ ଶିବଙ୍କ ଭକ୍ତ’ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବହଳଦା ଥାନାରେ ଏନେଇ କେଶ୍ ନଂ ୨୩/୨୧’ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତ ବ୍ୟକ୍ତି’ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି।