ରାଇରଙ୍ଗପୁରେ ଭଂଜସେନାର ବନ୍ଦ ଡାକରା ସଫଳ

ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଶିମିଳିପାଳ ରେ ଦିର୍ଘ ୧୫ ଦିନ ହେଲା ଚାରି କୋଣରୁ ହୁତୁ ସୁତୁରା ହୋଇ ନିଆଁ ଆଗକୁ ମାଡି ଶିମିଳିପାଳ ପର୍ବତକୁ ଧ୍ୱଂସ ସ୍ତୂପରେ ପରିଣତ କରିବାକୁ ବସିଛି । ନିଆଁକୁ ଆୟତ୍ତ କରିବାକୁ ପୂର୍ବ ୧୧ ଦିନ ହେଲା ସମର୍ଥ ହୋଇ ନାହିଁ ବନ ବିଭାଗ । ବିଳମ୍ବରେ ହେଲେ ବି ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି ହେଲେ ସେତେଟା ସଫଳ ହୋଇ ନାହାନ୍ତି । ଶିମିଳିପାଳ ପାଦଦେଶରେ ଦେଶ ଏବଂ ପାହାଡ ନିକଟସ୍ଥ ଗ୍ରାମର କଡ଼ରେ ବି ନିଆଁ ଲାଗି ସମସ୍ତ ପରିବେଶ ଧୂଆଁ ହୋଇପଡିଛି । ଜୀବଜନ୍ତୁ ପ୍ରାଣ ବିକଳରେ ଉତ୍ତପ୍ତ ତାତି ସହି ନ ପାରି ଗାଁ ମୁହାଁ ହୋଇଛନ୍ତି ଏବଂ ମୃତ୍ୟୁ ମୁଖରେ ପଡୁଛନ୍ତି ।ଜନଜୀବନ ଅସ୍ତବ୍ୟସ୍ତ । ପ୍ରଦୂଷଣ, ନିଆଁ ଧୁଆଁରେ ନାକ ପୋଡୁଛି । ବନ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ଦୁର୍ବାର ଅଣ ରାଜନୈତିକ ବୈପ୍ଲବିକ ସଂଗଠନ ଭଂଜସେନା ପକ୍ଷରୁ ସକାଳ ୬ରୁ ଅପରାହ୍ନ ୩ଟା ପର୍ଯ୍ୟ‌ନ୍ତ ବନ୍ଦ ଡାକରା ଦିଆଯାଇଥିଲା । ଶାନ୍ତିପୂର୍ଣ୍ଣ ଭାବେ ଭଂଜସେନା କର୍ମିଙ୍କ ଦ୍ୱାରା ବନ୍ଦ ପାଳନ କରାଯାଇଥିଲା । ବ୍ୟାଙ୍କ,କୋର୍ଟ, ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟ ପ୍ରତିଷ୍ଠାନ,ପରିବହନ ସେବା, ଶିକ୍ଷା ଅନୁଷ୍ଠାନ ବନ୍ଦ ହୋଥିଲା । ସେମାନଙ୍କର ଦାବି ଥିଲା ଶିମିଳିପାଳର ସୁରକ୍ଷା , ନିଆଁ ମୁହଁରୁ ଶିମିଳିପାଳକୁ ରକ୍ଷା, ଅପାରଗ ବ୍ୟାଘ୍ର ସଂରକ୍ଷଣ ଉପରେ ନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ଏବଂ ଅପାରଗ ବନ କର୍ମଚାରୀଙ୍କୁ ତୁରନ୍ତ ବଦଳି କରାଯାଉ । ଏହି ବନ୍ଦ ପାଳନରେ ଭଂଜସେନା ଜିଲ୍ଲା ଉପସଭାପତି ଶୁଭେନ୍ଦୁ ମହାନ୍ତି, ସଂପାଦକ ଅଂଜନ ବରାଳ,ବାମନଘାଟି ଉପଖଣ୍ଡ ସଭାପତି ସୌମିତ ବଳ, ସାଧାରଣ ସଂପାଦକ ଇଂ ରମଜାନ ବେଗ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାମନ ଟୁଡୁ, ଭଂଜସେନା ମୁଖପାତ୍ର ମୋହିତ ବିଶୋଇ, ରୋହିତ ଦାସ ସୋରେନ,ଶୁଭଂପଣ୍ଡା,ଆୱାସ ମହାନ୍ତି,ଶିବରାଜ ମହାନ୍ତି, ରାହୁଲ ମୁର୍ମୁ, ସ୍ଵରାଜ ବାରିକ ଏବଂ ବହୁ ଭଂଜସେନା କରନ୍ତି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ