ମରୁଭୂମିରେ ବିସ୍ମୟକାରୀ ଦୁର୍ଗ

ଅକ୍ଟୋବରରୁ ଭ୍ରମଣ ଋତୁ ଆରମ୍ଭ ହୋଇଥାଏ । ଲୋକେ ଯୋଜନା କରିଥାନ୍ତି ଏମିତି କିଛି ସ୍ଥାନକୁ ବୁଲିବାକୁ ଯିବେ ଯାହା ଚିରଦିନ ପାଇଁ ସ୍ମରଣୀୟ ହୋଇରହିବ । ସେଥିଲାଗି ନଦୀ, ପାହାଡ଼, ଝରଣା ସବୁଜ ବନାନୀ ଥିବା ସ୍ଥାନକୁ ପସନ୍ଦ କରିଥାନ୍ତି । କିନ୍ତୁ କେହି କ’ଣ ମରୁଭୂମିକୁ ଯିବାକୁ ପସନ୍ଦ କରନ୍ତି କି? ଆଜ୍ଞା ହଁ, ମରୁଭୂମିରେ ବି ଏମିତି କିଛି ଦୃଶ୍ୟ ରହିଛି; ଯେଉଁଥିରେ ଆଖି ଲାଖିଯିବ । ସେହିପରି ଏକ ଜାଗା ହେଉଛି ରାଜସ୍ଥାନ । ଏଠାରେ ଥିବା ଖିମ୍‌ସ୍‌ର ଦୁର୍ଗ ଖୁବ୍ ମନଲୋଭା । ଯୋଧପୁର ଏବଂ ବିକାନେର ମଝିରେ ଏକ ଛୋଟ ଗାଁ । ଏଠାରେ ନିର୍ମିତ ଦୁର୍ଗଟି ପ୍ରାୟ ୫୦୦ ବର୍ଷ ପୂର୍ବର । କିନ୍ତୁ ଏହି ସୁନ୍ଦର ସ୍ଥାନ ବିଷୟରେ ଅଧିକାଂଶ ଲୋକେ ଜାଣିନାହାନ୍ତି । ବର୍ତ୍ତମାନ ସମୟରେ ଏହି ଦୁର୍ଗ ରାଜସ୍ଥାନର ସବୁଠୁ ସୁନ୍ଦର ସ୍ଥାନ । ଏହି ଦୁର୍ଗରେ ହେରିଟେଜ୍ ହୋଟେଲ ଚାଲୁରହିଛି । ବାକି ଅଂଶରେ ରାଜ ପରିବାର ରହୁଛନ୍ତି । ଏହି ହୋଟେଲକୁ ରାଜ ପରିବାରର ସଦସ୍ୟମାନେ ପରିଚାଳନା କରୁଛନ୍ତି । ସବୁଠୁ ଆକର୍ଷକ ହୋଟେଲର ସମସ୍ତ ଖାଦ୍ୟ ରାଜ ପରିବାରର । ତେଣୁ ଏହି ହୋଟେଲରେ ଖାଇବା ମଜା କିଛି ଅଲଗା । ଏତଦ୍ୱ୍ୟତୀତ ଏହି ଦୁର୍ଗର ବାସ୍ତୁକଳା ଏବଂ ସ୍ଥାପତ୍ୟ ନମୁନା ପାଇଁ ପ୍ରସିଦ୍ଧ । ସ୍ତମ୍ଭ ଏବଂ ମୂର୍ତ୍ତିଗୁଡ଼ିକୁ ଦେଖି ରାଜାରାଜୁଡ଼ାଙ୍କୁ ମନେ ପକାଇବେ । ଏହି ଦୁର୍ଗର ଖାସ୍ କଥା ହେଲା ମରୁଭୂମିରେ ହୋଇ ମଧ୍ୟ ଚତୁଃପାଶ୍ୱର୍ରେ ସବୁଜ ବନାନୀ ଘେରି ରହିଛି । ଯାହା ଦେଖି ଚକିତ ହୋଇଯିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ