ଗିରିଗାଁ ଓ କନକମ୍ପା ଗ୍ରାମରୁ ସାପ ଉଦ୍ଧାର

ହାଟଡିହି, (ବିକାଶ ବିଶ୍ୱାଳ ) : ଗିରିଗାଁ ଓ କନକମ୍ପା ଗ୍ରାମରୁ ଦୁଇଟି ବିଷାକ୍ତ ନାଗସାପକୁ ଗ୍ରାମବାସୀମାନେ ଉଦ୍ଧାର କରିଛନ୍ତି । କନକମ୍ପା ଗ୍ରାମର ଜୈନିକ ବ୍ୟକ୍ତିଙ୍କ ବାଡିରେ ଏକ ବିରାଟ ନାଗସାପ ଦେଖିବାକୁ ପାଇଥିଲେ । କାଳେ ସାପଟି କାହାର କ୍ଷତି କରିବ ସେନେଇ ଗ୍ରାମବାସୀମାନେ ଆତଙ୍କିତ ଥିବାବେଳେ ପ୍ରଶାନ୍ତ ପାଢ଼ୀ ନାମକ ଜଣେ ଯୁବକ ତାହାକୁ ଧରି ନିକଟସ୍ଥ ଜଂଗଲିଆ ସ୍ଥାନରେ ଛାଡି ଦେଇଥିଲେ । ସେହିପରି ସମଣା ପଞ୍ଚାୟତ ଗିରିଗାଁ ଗ୍ରାମର ନାରଣ ଭୋଳଙ୍କ ଘରେ ଗତକାଲି ରାତିରେ ଏକ ନାଗସାପ ଥିବା ଦେଖିବାକୁ ମିଳିଥିଲା । ସାପଟି ବିଷପକା ମେସିନି ଭିତରେ ରହିଥିବା ଜଣାପଡିବାପରେ ଆଜି ସକାଳୁ ଗ୍ରାମର ତପନ ଯେନା ଓ ଅନ୍ୟ ଯୁବକମାନେ ମେସିନିଟିକୁ କାଟି ସାପଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ