ମହିଳାଙ୍କୁ ଜାତିଆଣା ଆକ୍ଷେପକୁ ନେଇ ଥାନା ଘେରିଲେ ମହିଳା

ହାଟଡିହି, (ବିକାଶ ବିଶ୍ୱାଳ ) : ନନ୍ଦିପଦା ଗ୍ରାମର ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳା ମାନଙ୍କୁ କରଞ୍ଜପଦି ଗ୍ରାମର ଜଣେ ନାରୀନେତ୍ରୀ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିଥିବା ନେଇ ମହିଳାମାନେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ କରଞ୍ଜପଦି ଗ୍ରାମର ଏହି ନାରୀନେତ୍ରୀ ଜଣକ ସେମାନଙ୍କୁ ଆଜି ଓରାଳି ଗ୍ରାମରେ ହେବାକୁ ଥିବା ପଞ୍ଚାୟତ ସ୍ତରୀୟ ଏସଏସଜି ଗ୍ରୁପ ମିଟିଂକୁ ଡାକିଥିଲେ । ନନ୍ଦିପଦା ଗ୍ରାମର ମହିଳାମାନେ ସେଠାରେ ପକାଯାଇଥିବା ପାଲରେ ବସିବାକୁ ଯିବା ବେଳକୁ ମିଟିଂ ଡାକିଥିବା ନାରୀନେତ୍ରୀ ଜଣକ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଫଳରେ ନନ୍ଦିପଦା ଗ୍ରାମର ଏହି ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଗ୍ରାମର ସାବିତ୍ରୀ ଦାସ, କଳ୍ପନା ଦାସ, ଭାରତୀ ଦାସ, ସଞ୍ଜୁଲତା ଦାସ, ମିନତୀ ଦାସ, ସରସ୍ୱତୀ ଦାସ, ରୁକ୍ମଣୀ ଦାସ, ମଲ୍ଲିକା ଦାସ, କୁସୁମ ଦାସ, ଶକୁନ୍ତଳା ଦାସ, ମଞ୍ଜୁଲତା ଦାସ, ଦେବକୀ ଦାସ, ଲକ୍ଷ୍ମୀପ୍ରୀୟା ଦାସ, ବାସନ୍ତୀ ଦାସ, ଜାନକୀ ଦାସଙ୍କ ସମେତ ୫୦ରୁ ଉର୍ଦ୍ଧ ମହିଳା ନନ୍ଦିପଦା ଥାନା ଘେରାଉକରି ଏହାର ପ୍ରତିବାଦ କରିବା ସହ ସଂପୃକ୍ତ ନାରୀନେତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ