ଗୋଠକେଳି ଗ୍ରାମରେ ବିବାହିତା ମହିଳାଙ୍କୁ କିରୋସିନି ଢ଼ାଳି ଜୀଅନ୍ତା ପୋଡିଦେବା ଅଭିଯୋଗ

ମୋହନା, (ଅଂଶୁମାନ ପଣ୍ଡା) : ଝିଅ ଜନ୍ମ ହେବା ହେଉଛି ପ୍ରଥମେ ନିର୍ଯ୍ୟାତନା। ତା’ପରେ ପୁଅ ଜନ୍ମ ଯୋଗୁଁ ସ୍ତ୍ରୀ ଉପରେ ସନ୍ଦେହ । ଶେଷରେ ସାତଜନ୍ମକୁ ସାଥୀ ହୋଇ ହିନ୍ଦୁ ରିତୀ ନିତୀ ଅନୁସାରେ ବିବାହ କରିଥିବା ସ୍ତ୍ରୀକୁ କିରୋସିନି, ଡିଜେଲ ଢ଼ାଳି ଜୀଅନ୍ତା ପୋଡିଦେବା ଭଳି ଘଟଣା ଘଟିଛି ମୋହନା ଥାନା ଅନ୍ତର୍ଗତ ଗୋଠକେଳି ଗ୍ରାମରେ । ୨୦୧୬ ମସିହାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅକୁ ମୋହନା ଥାନା ଅନ୍ତର୍ଗତ ଗୋଠ କୋଳି ଗ୍ରାମର କୈଲାସ ବେହେରାଙ୍କ ପୁତ୍ର ରୀତି ନୀତି ନିୟମ ଅନୁଯାଇ ଉଭୟ ପରିବାରର ସହମତିରେ ବିବାହ ହୋଇଥିଲା । ଉଭୟେ ବିବାହର ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ହସଖୁସିରେ ଜୀବନ ଅତିବାହିତ କରିଥିଲେ। ପରେ କିନ୍ତୁ ଉଭୟଙ୍କ ପକ୍ଷରୁ ଏକ ଜନ୍ୟା ସନ୍ତାନ ୨୦୧୭ ମସିହାରେ ଜନ୍ମ ହୋଇଥିଲା । ତା’ ପରେ ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ଝିଅ ଜନ୍ମକୁ ନେଇ ପାଟି ତୁଣ୍ଡ ହେବ ସହ ସ୍ୱାମୀ ମଧୁସୂଦନ ସ୍ତ୍ରୀ ମାନିନୀକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରିଥିଲେ । ପୁଣି୨୦୧୯ ମସିହାରେ ମଧୁସୂଦନଙ୍କ ଔରସରୁ ଏକ ପୁତ୍ରସନ୍ତାନ ଜନ୍ମ କରିଥିଲେ ତାଙ୍କ ସ୍ଥୀ ।.ପୁତ୍ରସନ୍ତାନ ଜନ୍ମ ପରେ ସ୍ତ୍ରୀ ଉପରେ ସନ୍ଦେହ କରି ଏହା ମୋର ପୁଅ ନୁହେଁ ବୋଲି କହି ଆସୁଥିଲେ ମଧୁସୂଦନ । ଏହା ଶହ ମଧୁସୂଦନଙ୍କ ପରିବାରର ବାପା କୈଳାସ ବେହେରା , ମା ରତନୀ, ଯା ସୁନା ବେହେରା, ଦେଢଶୁର ଲୋଚନ ବେହେରା, ଦିଅର ଜାରା ବେହେରା, ନଣନ୍ଦ ଜୋସ୍କା ମାଳି ମିଶି ପ୍ରତ୍ୟେକ ଦିନ ମାନିନୀ ଜୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏହିଖବର ନିଜ ଭାଇ କୁମୁଦ ନାୟକଙ୍କୁ ଫୋନ ମାଧ୍ୟମରେ ବାରମ୍ଵାର ଜଣାଇ ଆସୁଥିଲେ । ଏହି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ମତାନ୍ତର ଲାଗିରହିଥିଲା ରହିଥିଲା। ଚଳିତ ମାସ ୧୩ ତାରିଖ ଅପରାହ୍ନ ୩ଟାରେ ମାନିନୀକୁ ହାତ ଗୋଡ଼ ବାନ୍ଧିପାଟିରେ କନା ବିଣ୍ଡା ଦେଇ କିରୋସିନି ପକାଇ ଜୀବନ୍ତା ମାରିଦେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠି ମାନିନୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ସୋମ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଭୁବନେଶ୍ଵରସ୍ଥିତ ଭାରତ ପୁର ଥାନାରେ ଏକ ଅପମୃତ୍ୟୁ ମାମଲା ଥାନା କେସ ନଂ୫୨/୨୧ ଅନୁଯାଇ ରୁଜ୍ଜୁ କରାଯିବା ସହ କ୍ୟାପିଟାଲ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଇଥିବା ମୃତ ମାନିନୀର ବଡ଼ ଭାଇ ପ୍ରମୋଦକୁ ମୁତ ଶରୀର ପ୍ରଦାନ କରିଥିଲେ । ଏହି ଖବର ଜାଣିବାପରେ କୁମୁଦ ନିଜ ଭଉଣୀକୁ ଜିଅନ୍ତା ଜାଳି ମାରିଦେଇଥିବା ନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ମୋହନାଥାନା ଅଧିକାରୀ ସୁଜିତ କୁମାର ନାୟକ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ