ସ୍ବଚ୍ଛଗ୍ରାମ ଓ ସବୁଜ ଗ୍ରାମ କର୍ମଶାଳା ଅନୁଷ୍ଠିତ

ଶେରଗଡ, (ବିଭୁ ପ୍ରସାଦ ଦାସ):ସ୍ୱଚ୍ଛଗ୍ରାମ, ସବୁଜ ଗ୍ରାମ”କର୍ମଶାଳା ଅନୁଷ୍ଠିତ ହୋଇଯାଇଥିଲା ।ଏଥିରେ ଗଞ୍ଜାମ ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ଅକ୍ଷୟ ନୀପାଣେ ସ୍ଵଚ୍ଚ ଗ୍ରାମ ଉପରେ ଆଲୋକପାତ କରିଥିଲେ, ବରଗଛ ସୁରକ୍ଷା ସମିତି ଅଧକ୍ଷ ଶ୍ରୀ ଲୋକନାଥ ପରିଡା ପରିବେଶ ଉନ୍ନତି ଓ ବ୍ୟବହୃତ ଜଳକୁ ପୁନଃ ବ୍ୟବହାର ନିମନ୍ତେ ପ୍ରବତାଇ ଥିଲେ , ବନବିଭାଗ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମିଶ୍ର ଜଙ୍ଗଲ ସୁରକ୍ଷା ଏବଂ ନୂତନ ଜଙ୍ଗଲ ନିର୍ମାଣ ଉପରେ ଆଲୋଚନା କରିଥିଲେ ଏଥିସହ ବିଜୁ ପଟ୍ଟନାୟକ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ଗୌରହରି ବିଷୋୟୀ ଯୋଗଦେଇ ସ୍ୱଚ୍ଛତା, ସୁସ୍ଥତା ଏବଂ ବୃକ୍ଷ ରୋପଣ ଓ ତାର ସୁରକ୍ଷା ହିଁ ଜୀବନର ମୂଳମନ୍ତ୍ର ହେବା ଆବଶ୍ୟକ l ଅଂଚଳର ଯୁବବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଶେଷରେ ଟ୍ରୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମ୍ପାଦକ ନିରାକାର ବିଷୋୟୀ କାର୍ଯ୍ୟକ୍ରମର ସଫଳ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ