ମୟୁରଭଞ୍ଜ ଡ଼ିଫେନ୍ସ ପରସନ୍ ଗ୍ରୁପ ତରଫରୁ ସେନା ପରିବାରଙ୍କୁ ସହାୟତା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମୟୁରଭଞ୍ଜ ଡିଫେନ୍ସ ପରସନ୍ ଗ୍ରୁପ ତରଫରୁ ଦୁଇ ମୃତ ସେନା ପରିବାରଙ୍କୁ ସମ୍ବର୍ଦ୍ଧନା ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି I ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପା ଞ୍ଜଳି ତ୍ରିପାଠୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବାମନଘାଟୀ ଏସ.ଡ଼ି.ପି.ଓ ଗାୟତ୍ରୀ ପ୍ରଧାନ ଯୋଗ ଦେଇ ସେନାମାନଙ୍କ ଅବଦାନ ଦେଶ ପାଇଁ ଅତୁଳନୀୟ ବୋଲି ବର୍ଣନା କରିଥିଲେ I ମୁଖ୍ୟ ବକ୍ତା ଭାବେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଜୟ ସିଂ ମୀନା, ସଂମ୍ମାନୀୟ ଅତିଥି ଭାବେ ଏସ.ଏସ.ବି.ର ସଵ ଇନ୍ସ୍ପେକଟର ରଞ୍ଜିତ ସିଂ ପ୍ରମୁଖ ଯୋଗ ଦେଇ ଦୁଇ ସେନା ପରିବାରକୁ ସାନ୍ତ୍ୱନା ଓ ସମବେଦନା ପ୍ରଦାନ କରିଥିଲେI ପ୍ରାରମ୍ବରେ ରାଷ୍ଟ୍ରୀୟ ଧ୍ବଜା ସଂଗୀତ ଯବାନଙ୍କ ଉଦେଶ୍ୟରେ ଗାନ କରାଯାଇଥିଲା I ଦୁଇ ଯବାନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା I ମଞ୍ଚାସିନ ଅତିଥିଙ୍କ ଦ୍ୱାରା ମୃତ ଯବାନଙ୍କ ଉଭୟ ପରିବାରକୁ ଏହି ଡିଫେନ୍ସ ଗ୍ରୁପ ତରଫରୁ Rs ୫୦୦୦୦/-ପଚାଶ ହଜାର ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା Iସୂଚନା ଯୋଗ୍ୟ ସ୍ବର୍ଗତ ଫାଗୁ ଟୁଡୁ ଉତ୍ତରପ୍ରଦେଶ (ଏସ.ଏସ.ବି)ର ୪୯th ୟୁନିଟରେ ଚାକିରୀ କରୁଥିବା ବେଳେ ଜାମ୍ମୁ ଓ କାଶ୍ମୀରର ଇଣ୍ଟେରନାସନାଲ ସିକୁ ରିଟିରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ I ସେହିପରି ପସନା ବାରି (୯୩ ବି. ଏସ ଏଫ )ଯବାନ ନାଗାଲାଣ୍ଡରେ କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ବରଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଯୋଡ଼ା ପୋଖରୀ ଗ୍ରାମର ସ୍ବର୍ଗତ ଫାଗୁ ଟୁଡୁଙ୍କ ସହଧର୍ମଣୀ ପାନ ଟୁଡୁ ଓ ପାହାଡ଼ପୁର ଗ୍ରାମର ସ୍ବର୍ଗତ ପସନା ବାରିଙ୍କ ସହ ଧର୍ମଣୀ ରାଇମଣି ବାରି ଉପସ୍ଥିତ ରହି ମୁଖ୍ୟ ଅତିଥିଙ୍କ ଠାରୁ ଚେକ ଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ସଂଯୋଜନା କରିଥିଲେ I ଏଥିରେ ଶିକ୍ଷୟତ୍ରୀ ଗୀତା ମହାନ୍ତ, ଡିଫେନ୍ସ ଗ୍ରୁପର ସଦସ୍ୟ ଶ୍ରବଣ କୁମାର ଗିରି, ଦୀପକ କୁମାର ହାଁସଦା, ବ୍ରଜ ମୋହନ ଗିରି, ବିକାଶ କୁମାର ବେହେରା,ନିରଜ କୁମାର ଗିରି,ଆଶିଷ ତ୍ରିପାଠୀ,ଦାଶରଥ ମାଝୀ, ଆର.ସି.ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I ଶେଷରେ ଶିଶୁ କବି ଭବାନୀ ଶଙ୍କର ଗିରି ଧନ୍ୟବାଦ ପ୍ରଦାନ କରିଥିଲା ବେଳେ ରେଡ କ୍ରସ ତରଫରୁ ଶ୍ରୀଯୁକ୍ତ ପାଣି ମାସ୍କ ଓ ସାବୁନ ବଣ୍ଟନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ