ଅଗ୍ନିବିପନ୍ନଙ୍କୁ ଆର୍ଥିକ ସହାୟତା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା-ନରସିଂହପୁର ଗ୍ରାମରେ ଗତ ଗୁରବାର ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୧୨ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ, ଓଡଙ୍ଗ ସରପଞ୍ଚ କିଶୋର କିଙ୍କର ପଢିଆରୀ, ସମାଜସେବୀ ରଘୁନାଥ ଦାସ, ଉଦ୍ଧବ ନାୟକ, ନକୁଳ ସେଠୀ, ହିମାଂଶୁ ମହାପାତ୍ର, ଦିଲ୍ଲୀପ ପୁହାଣ, ଅମୂଲ୍ୟ ବଳରାମ ମଲ୍ଲିକ ବିପନ୍ନ ପରିବାରଙ୍କୁ୍ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଦାବୀ କରିଛନ୍ତି ।


