ଖଗେଶ୍ୱର ଉଚ୍ଚ ବିଦ୍ୟାପୀଠରେ ମୋ ସ୍କୁଲ ଅଭିଯାନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂସ୍ଥିତ ଖଗେଶ୍ୱର ଉଚ୍ଚ ବିଦ୍ୟାପୀଠରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମନାଭ ସାହୁ, ସୁବାଷ ଚନ୍ଦ୍ର ପଣ୍ଡା, ମାର୍କଣ୍ଡ ଚରଣ ନାୟକ, କିଶୋର କୁମାର ନାୟକ, ବିଜୟ କୁମାର ପାକଳ, ସୁବଳ କୁମାର ନାୟକ, ସହଦେବ ବେହେରା, ଶିକ୍ଷା କର୍ମଚାରୀ ସୁଶାନ୍ତ କୁମାର ଦାସ, ବିଦ୍ୟାଧର ସାହୁ, ବିଷ୍ଣୁ ମୋହନ ବେହେରା, ଉପେନ୍ଦ୍ର ଜେନା ଯୋଗ ଦେଇ ମୋ ସ୍କୁଲ ଅଭିଯାନ ସଂପର୍କରେ ଆଲୋକପାତ କରିଥିଲେ । ପୁରାତନ ଛାତ୍ର ଅଜୟ ସାହୁ, ଶଶୀକାନ୍ତ ପଣ୍ଡା, ଭରତ ପଣ୍ଡା, ରମେଶ ମହାନ୍ତି, ସତ୍ୟ ନାୟକ, ପ୍ରଶାନ୍ତ ଜେନା, ଭାସ୍କର ଜେନା, ଜୟନ୍ତୀ ଗିରି, ଅନୁସୂୟା ପଣ୍ଡା, ପ୍ରେମଲତା ସାହୁ, ସୁଶାନ୍ତ ସାହୁ, ରବିନ୍ଦ୍ର ସାହୁ, ମାଳତୀ ଦାସ, ପ୍ରତିମା ନାଥ, ତରୁଲତା ଦାସ, ତପସ୍ୱିନୀ ରାଉତ, ରଜତ ଜେନା, ଭରତ ବେଜ, ମମତା ସାହୁ, ପଦ୍ମାଳୟା ସେଠୀ, ବିଦ୍ୟାସାଗର ମୁଖି, ପୂର୍ଣ୍ଣ ଚନ୍ଦ୍ର ମୁଖି, କୃଷ୍ଣ ଚନ୍ଦ୍ର ମୁଖି ଯୋଗ ଦେଇ ମୋ ସ୍କୁଲ ଅଭିଯାନକୁ ସଫଳ କରାଇବା ନେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ୧୯୯୪-୯୫ ଶିକ୍ଷା ବର୍ଷର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ହୋଇଥିଲା ।


