ଅସହାୟ ଗଣେଶଙ୍କୁ ସହାୟତା କଲା ମାନବ ସେବା ସଙ୍ଗଠନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ବଡରୂପା ଗ୍ରାମର ଗଣେଶ ଜେନା ଲକ୍ ଡାଉନ୍ ପରେ ଭୁବନେଶ୍ୱରସ୍ଥିତ ଜଣେ ଠିକାଦାର ପାଖରେ ରହି ହେଲପର କାର୍ଯ୍ୟ କରୁଥିବା ବେଳେ ଛାତରୁ ପଡି ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ୫ ମାସ ଧରି ଚିକିତ୍ସିତ ହେବା ପରେ ଏବେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏଥିନେଇ ସେ ପଞ୍ଚାୟତ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଛନ୍ତି । ସ୍ୱାମୀଙ୍କ ଚିକିତ୍ସା ଓ ପରିବାର ଚଳାଇବା ପତ୍ନୀଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଖବର ପାଇ ଭଦ୍ରକସ୍ଥିତ ମାନବ ସେବା ସଙ୍ଗଠନର ସଦସ୍ୟ ସମ୍ବିତ୍ କୁମାର ଜେନା, କିଶୋର ଚନ୍ଦ୍ର ସାହୁ, ରାଇବଲ୍ଲଭ ଶଂଖୁଆ, କୀର୍ତ୍ତିକୃଷ୍ଣ ପାଳ, ଜିତେନ୍ଦ୍ର ଦାସ, ଚିତ୍ତ ରଞ୍ଜନ ସାହୁ, ମନୋରଞ୍ଜନ ଦାସ, ଅଜାତଶତ୍ରୁ ଦାସ, ଦୀପ୍ତିରଞ୍ଜନ ବେହେରା, ସୁବ୍ରତ ସାହୁ ଅସହାୟ ଗଣେଶଙ୍କ ପାଖରେ ପହଛି ୨ମାସର ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସମ୍ପୃକ୍ତ ଅସହାୟ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି ।


