ଜୋନାଲ ସ୍ତରୀୟ କ୍ରୀଡ଼ାତ୍ସୋବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ଶେରଗଡ଼ ଓ ହିଂଜିଳିକାଟୁ ବ୍ଳକର ମିଳିତ ସହଯୋଗରେ ସ୍ଥାନୀୟ ବିଇଓ ବସନ୍ତ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ମଙ୍ଗଳବାର ଜୋନାଲସ୍ତରୀୟ କ୍ରୀଡ଼ାତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କ୍ରୀଡାତ୍ସବରେ ମୁଖ୍ୟ ଅତିଥି ଭାବେ ଶେରଗଡ଼ ବିଇଓ ଭାସ୍କର ପ୍ରସାଦ ଲେଙ୍କା ଯୋଗ ଦେଇ ପତକା ଉତୋଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ କେ. ନିମାଇଁଚାନ୍ଦ ମହାପାତ୍ର, ବିଶ୍ୱନାଥ ମହାରଣା ଯୋଗ ଦେଇଥିଲେ । ଶେରଗଡ଼ ବ୍ଳକରୁ ୩୬ ପ୍ରତିଯୋଗୀ ଓ ହିଂଜିଳିକାଟୁ ବ୍ଳକରୁ ୭୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଖୋଖୋ, କ୍ରିକେଟ, ୧୦୦ ମି, ୨୦୦ ମି, ୮୦୦ମି, ୧୫୦୦ମି, ୩୦୦୦ମି ଦୌଡ଼, ଷଟ୍‌ଫୁଡ଼ ଓ ଡ଼ିସକସ୍ ଥ୍ରୋ ଖେଳକୁଦ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ୭୦ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସକାଶେ ମନେନେୀତ କରାଯାଇଥିଲା । ଉକ୍ତ କ୍ରୀଡ଼ାତ୍ସୋବରେ ସିଆରସିସି ରଘୁନାଥ ସାହୁ, କ୍ରୀଡ଼ା ପ୍ରଶିକ୍ଷକ ଅରୁଣ ଜେନାସାମନ୍ତ, ବଟକୃଷ୍ଣ ପଣ୍ଡା, ଦୁର୍ଗାମାଧବ ପଣ୍ଡା ଓ ବିଭୁତି ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ