ମଟନ ପ୍ରିୟ ତହସିଲଦାର
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ମଟନ ଭୋଜିରେ ମସଗୁଲ ଧାମନଗର ତହସିଲଦାର, ସେପଟେ ସାରା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ବାଲି ଚୋରି, ମାଟି ଚୋରି ଓ ବେଧଡ଼କ ଇଟା ପକା ଚାଲିଛି । ଗୋଟିଏ ପଟେ ଜିଲ୍ଲାର ରାଜସ୍ୱହାନୀ ଘଟି ଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ନିୟୋଜିତ ଥିବା ଧାମନଗର ତହସିଲଦାର ବାବୁ ମାତ୍ର ମଟନ୍ ଭୋଜିରେ ମାତିଥିଲେ । ଧାମନଗର ତହସିଲଦାର ବାବୁ , ଗତ ବୁଧବାର ୧୭ ତାରିଖ ଦିନ ନଦୀଗାଁ ଆରଆଇ ଅଫିସ ଆସିଥିଲେ। ତେବେ ସେଠାରେ ନଦୀଗାଁର କିିଛି ଗ୍ରାମବାସୀ ଉପରୋକ୍ତ ସମସ୍ୟାକୁ ନେଇ ଗୁହାରି କରିବାକୁ ଯାଇଥିଲେ। ପହଞ୍ଚିଲା ପରେ ସାର୍ ପଚାରିଲେ, କିଏ, କାହିଁକି ଆସିଛ। ଗ୍ରାମବାସୀ ବିନମ୍ର ସହିତ କହିଥିଲେ ସାର୍ ଆପଣଙ୍କୁ କଲ୍ କରିଥିଲୁ, ମାତ୍ର ଆପଣ ଫୋନ୍ରେ କଥା ହୋଇନଥିଲେ ବରଂ ଆସିକି ଦେଖାକର ବୋଲି କହିଥିଲେ, ଏହା ପୂର୍ବରୁ ନଦୀଗାଁ ଗ୍ରାମବାସୀ ତହସିଲ ଅଫିସ ଯାଇଥିଲେ, ସେଠାରେ କାର୍ଯ୍ୟରତ ଥିବା ପିଅନ କହିଥିଲେ ଯେ, ସାର୍ ଗୋଟିଏ ଭୋଜିକୁ ଯାଇଛନ୍ତି ଏବଂ ଠିକଣା ମଧ୍ୟ ବତାଇଥିଲେ । ପିଅନ କହିବା ଅନୁସାରେ, ନଦୀଗାଁ ଆରଆଇ ଅଫିସରେ ସାର୍ ଗୋଟିଏ ମଟନ୍ ଭୋଜି ଖାଉଛନ୍ତି। ସେଠାରୁ ପୁଣି ଗ୍ରମବାସୀ ଧାମନଗରରୁ ୧୦ରୁ ୧୨ କିଲମିଟର, ଉଦୁଉଦିଆ ଖରାରେ ତହସିଲଦାରଙ୍କୁ ଦେଖା କରି ଅଭିଯୋଗ କହିବେ ବୋଲି, ମାତ୍ର ଗ୍ରାମବାସୀଙ୍କୁ ଦେଖି ତହସିଲଦାର ବାବୁ ଫଁ ଫଁ ହୋଇଉଠିଥିଲେ । ତା ପରେ ଓଲଟା କହିଥିଲେ ଯେ, ମୁଁ କଣ ଚାକିରୀ କରିଛି ତମ ମାନଙ୍କର ଫୋନ୍ ଉଠାଇବାକୁ। ମୁଁ କଲେକ୍ଟର, ଏଡିଏମଙ୍କ ଫୋନ୍ ଉଠାଇବି ନା, ତୁମ ଫୋନ୍ ଉଠାଇବି।


