ଡେଙ୍ଗାଡି ରଂଗୁଣି ଛକ ରେ ଦୁର୍ଘଟଣା ରେ ଜଣେ ଯୁବକ ମୃତ୍ୟ ଘଟଣା ସ୍ଥଳ ରେ ଉତେଜନା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଡେଙ୍ଗାଡି ରମୁଣି ଛକ ରେ ଏକ ମାଟି ବୋଝେଇ ଟିପର ବାଇକ ଚାଳକ କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳ ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ଯୁବକ ଜଣକ ହେଲେ ଆଡପଡା ଗ୍ରାମ ର କାଁନ୍ହୁ ଚରଣ ଜେନା (୨୩) ପାଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳ ରେ ପହଂଚିଛି।ମୃତ୍ୟୁ କୁ ନେଇ ଘଟଣା ସ୍ଥଳ ରଣକ୍ଷେତ୍ର ପାଲଟିଛି।ସ୍ଥାନୀୟ ଲୋକ ଆଇନ କୁ ହାତ କୁ ନେଇଛନ୍ତି ।ଟିପର ଗାଡି ର ଡ୍ରାଇଭର କୁ ପୋଲିସ କାବୁ କରି ରଖିଥିବା ବେଳେ ପୋଲିସ ସହିତ ପୋଲିସ ସହିତ ମୃତ ଯୁବକ ଙ୍କ ସମ୍ପର୍କୟ ଏବଂ ସ୍ଥାନୀୟ କେତେକ ଲୋକ ପୋଲିସ ସହିତ ଧସ୍ତାଧସ୍ତି ହୋଇ ଡ୍ରାଇଭର କୁ ନେଇ ମାଡ଼ ମାରିବା ଫଳରେ ଡ୍ରାଇଭର ର ମୃତ୍ୟୁ ହୋଇଥିବା ଜଣାପଡିଛି।ପୋଲିସ ଉକ୍ତ ଡ୍ରାଇଭର କୁ ଆଡପଡା ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛି।ଘଟଣାସ୍ଥଳ ରେ ଚାପା ଉତେଜନା ବଢିବା ରୁ ସେରଗଡ଼ ଥାନା ଅଧିକାରୀ ,ହିଂଜିଳିକାଟୁ ଥାନା ଅଧିକାରୀ ଏବଂ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ୩ ପ୍ଲାଟୁନ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଆୟତ କରିଥିବା ଜଣାପଡ଼ିଛି।ମୃତ ଯୁବକ କୁ ରାସ୍ତା ରେ ରଖି ଉଭୟ ପାର୍ଶ୍ଵ ରେ ନିଆଁ ଜଳାଇ ରାସ୍ତା ରୋକ କରିଛନ୍ତି।କ୍ଷତି ପୁରଣ ସହ ଟିପର ଗାଡିର ମାଲିକ ଏବଂ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ଘଟଣା ସ୍ଥଳ ରେ ପହଞ୍ଚି କ୍ଷତି ପୂରଣ ନ ଦେବାଯାଏ ରାସ୍ତା ରୁ ନହଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଘଟଣା କୁ ଗମ୍ଭୀରତା ର ସହ ପୋଲିସ ଅନୁମାନ କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଘୋଡ଼ାହାଡ଼ ନଦୀବନ୍ଧ କାମ ଲାଗିଥିବା ବେଳେ ଟିପର ଗାଡି ବାଲି, ମାଟି,ପଥର,ବୋଝେଇ କରି, ଯାତାୟତ କରୁଥିବା ଗାଡି ମଦ୍ୟପ ଡ୍ରାଇଭର ଯୋଗୁଁ ଦୁର୍ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ଜଣାପଡ଼ିଛି।ଖବର ଲେଖା ସମୟ ସୁଦ୍ଧା ମୃତସବକୁ ପୋଲିସ ବ୍ୟବଛେଦ ପାଇଁ ପଠାଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ