ପଟ୍ଟାମୁଣ୍ଡାଇ ସହରରେ ଗୋଷ୍ଠି ସଙ୍ଘର୍ଷରୁ ପୋଡାଜଳା ଓ ୧୪୪ଧାରା ଜାରି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାରାଚଂଳରେ ଦୁଇଟି ଗୋଷ୍ଠି ମଧ୍ୟରେ ଗତ ଶୁକ୍ରବାର ପ୍ରଥମେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଗୋଟିଏ ଗୋଷ୍ଠି ଅନ୍ୟ ଗୋଷ୍ଠିର ଘର ଭିତରେ ପଶି ମାଡମାରିବାକୁ ନେଇ ଉଭୟ ଗୋଷ୍ଠି ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେବି ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ତେଣୁ ଆଜି ସେହି ଘଟଣାରେ ଗୋଟିଏ ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନା ସମ୍ମୁଖରେ ଧାରଣା ଦିଆଯିବା ସହ ସହରରେ ଦୋକାନ ବଜାରକୁ ବନ୍ଦ କରାଯାଇଥିଲା । ଅପର ପକ୍ଷ ସେହି ଘଟଣାକୁ ନେଇ ମାଡଗୋଳ ଆରମ୍ଭ କରିବାରେ କ୍ରମେ ଏହା ଗୋଷ୍ଠି ସଙ୍ଘର୍ଷରେ ରୂପାନ୍ତରିତ ହୋଇଥିଲା । ଦୋକାନବଜାର ସବୁ ବନ୍ଦ ହୋଇଯାଇଥିବା ବେଳେ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଗୋଷ୍ଠି ସଙ୍ଘର୍ଷରେ ଉଭୟ ପକ୍ଷର ପ୍ରାୟ ୧୦ଜଣ ଗୁରୁତ୍ତର ଭାବେ ଆହତ ହୋଇ ପଟ୍ଟାମୁଣ୍ଡାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ସହରରେ ୧୪୪ଧାରା ଜାରି କରାଯାଇଥରବା ବେଳେ ୨ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୃତୟନ କରାଯାଇଛି । ଏଥିସହିତ ଗୋଷ୍ଠି ସଙ୍ଘର୍ଷରେ ସଂପୃକ୍ତ ଥିବା ୨ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏସମ୍ପର୍କରେ ଖବର ପାଇ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେ ପ୍ରମୁଖ ଘଟଣାସ୍ଥଳରେ ପହଁଚିଛନ୍ତି । ରିପୋର୍ଟଲେଖାହେବା ବେଳକୁ ପଟ୍ଟାମୁଣ୍ଡାଇରେ ଶାନ୍ତି କମିଟି ବୈଠକ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ବସି ଆଲୋଚନା ଚାଲିଥିବା ସୂଚନା ମିଳିଛି ।