ଏନଆଇଟିରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର, (ୱାଇଏନ୍ଏସ୍): ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି, ଯାହା ନିଜକୁ ସନ୍ତୁଷ୍ଟ କରେ ତାହା କରିବା ପାଇଁ ବାଛନ୍ତୁ । ଏମିତି କର ଯାହା ତୁମକୁ ନିଜ ଆକାଂକ୍ଷା ପୂରଣ ଦିଗରେ ଅଧିକ ନିକଟତର କରିବ । ଯାହା ତୁମ ପରିବାରକୁ ତୁମ ପାଇଁ ଗର୍ବିତ ସେଭଳି କାମ କର । ଛାତ୍ରଛାତ୍ରୀଙ୍କର ସମାଜ ପ୍ରତି ଅନେକ ଅବଦାନ ରହିଛି । ବିନା କୌଣସି ଚାପରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ । ଏହାସହ ଏନଆଇଟି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଥିବା କହିଛନ୍ତି । ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଉତ୍କୃର୍ଷତା ଦେଶର ବିକାଶରେ ଏକ ନୂଆ ଦିଗ ଦେବ । ଏନଆଇଟି ସମାବର୍ତ୍ତନ ସମାରୋହରେ ୧୧୮ ଜଣଙ୍କୁ ଡକ୍ଟରେଟ ଓ ୮ ପ୍ରାକ୍ତନ ଛାତ୍ରଙ୍କୁ ସମ୍ମାନିତ କରାଯାଇଛି । ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।


