ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ଼ ଅଭିନେତା ଗୋବିନ୍ଦା

ଭୁବନେ‌ଶ୍ୱର, (‌ୱାଇଏନ୍‌ଏସ୍‌): ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ । ମହାପ୍ରଭୁଙ୍କୁ ଅତି ନିକଟକୁ ଦେଖି ବିଭୋର ହୋଇଯାଇଥିଲେ ଗୋବିନ୍ଦା । କହିଲେ ତାଙ୍କ ଦୟାରୁ ଆଜି ତାଙ୍କ ପାଖକୁ ଆସିଛି । ତାଙ୍କର କୃପା ମୋ ଉପରେ ଅଛି, ସେଥିପାଇଁ ଅନେକ ଅସୁବିଧା ସେ ମୋତେ ରକ୍ଷା କରିଛନ୍ତି । ମହାପ୍ରଭୁ ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ମୁଁ ସବୁ ବନ୍ଧନରୁ ମୁକ୍ତ‌ ହୋଇଯାଇଛି ବୋଲି ଗୋବିନ୍ଦା କହିଛନ୍ତି । ଏହାପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇଥିଲେ ଗୋବିନ୍ଦା । ଗୋବିନ୍ଦାଙ୍କୁ ଭିତରଚ୍ଛୁ ମହାପାତ୍ର ଭବାନୀ ଶଙ୍କର ମହାପାତ୍ର ସ୍ୱାଗତ କରିବା ସହ ତାଙ୍କୁ ନେଇ ପୂଜାର୍ଚ୍ଚନା କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ