ଓଡ଼ିଶାରେ ଆଜି ୯୮ କରୋନା ପଜିଟିଭ୍
ଭୁବନେଶ୍ୱର, (ୱାଇଏନ୍ଏସ୍): ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆଜି ରାଜ୍ୟରେ ବି ବଢ଼ିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୦ଟି । ୨୧ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫ ପଜିଟିଭ ବାହାରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୮ହଜାର ୮୧୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୬ହଜାର ୬୬ ଆକ୍ରାନ୍ତ । ଏବେ ରାଜ୍ୟରେ ୭୭୯ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ୩ଟି ଜିଲ୍ଲା ବୌଦ୍ଧ, ଗଜପତି ଓ ମାଲକାନଗିରି କରୋନା ମୁକ୍ତ ରହିଛି ।


