ତୃଣମୂଳ କଂଗ୍ରେସକୁ ଛାଡି ବିଜେପିରେ ଯୋଗ ଦେଲେ ଶିଶିର ଅଧିକାରୀ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ବିଜେପିକୁ ଢ଼ଳୁଛନ୍ତି ଟିଏମସିର ନେତା । ମିଦନାପୁରର ସମ୍ମାନ ରକ୍ଷା କରିବା ଲାଗି ଆଗାମୀ ବିଧାନସଭା ନିର୍ବାଚନରେ ଶିଶିର ଅଧିକାରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବିପକ୍ଷରେ ଜୋର୍ଦାର ସଂଗ୍ରାମ କରିବେ ବୋଲି କହିଛନ୍ତି। ବିଜେପିରେ ଯୋଗ ଦେଉଛନ୍ତି ବୋଲି ଶୁଣାଯାଉଥିବା କଥାକୁ ନନ୍ଦୀଗ୍ରାମର ଅଧିକାରୀ ପରିବାରର ଶିଶିର ସ୍ୱୀକାର କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଲିରେ ମଧ୍ୟ ସେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି। ପୂର୍ବରୁ ଶିଶିର ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ତୃଣମୂଳ କଂଗ୍ରେସର ନେତାମାନେ ମୋତେ ବିଜେପିରେ ଯୋଗ ଦେବାକୁ ବାଧ୍ୟ କଲେ। ସେମାନେ ଯାହା କରିବାର କରନ୍ତୁ, ମୁଁ ଯାହା ପାରିବି କରିବି।


