ଶିଶୁ ସୁରକ୍ଷା ଉପରେ ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଦିନିଆ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଶିଶୁ ସୁରକ୍ଷାୟୁନିଟ ତରଫରୁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଶିଶୁ ସୁରକ୍ଷା ଉପରେ ଏକ ଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳଙ୍କ ମସ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବକୁ ଜିଲ୍ଲାପାଳ ଅନୁପମ ସାହା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅନ୍ୟ ତମ ଅତିଥି ରୂପେ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା, ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ତ୍ରିପାଠୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଶିଶୁ ସୁରକ୍ଷାରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିବା ସହ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ହିଁ ଜିଲ୍ଲାର ଶେଷ ଶିଶୁ ପାଖରେ ସୁରକ୍ଷା ପହଞ୍ôଚପାରିବ ବୋଲି କହିଥିଲେ । ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପ୍ରତି ସମୟରେ ଗଣମାଧ୍ୟମର ଭୂମିକାର ଆବଶ୍ୟକତା ବଢିଚାଲିଛି । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରତି ଆଦିବାସୀ ଶିଶୁଙ୍କ ପାଖରେ କିପରି ସୁରକ୍ଷାର ବାର୍ତ୍ତା ପହଞ୍ôଚବ ତାହାରି ଉପରେ ବିଶେଷ ଦୃଷ୍ଟି ଦେବାଲାଗି ଗଣମାଧ୍ୟମକୁ ନିବେଦନ କରିଥିଲେ । ପରବର୍ତ୍ତି ମୂହୁର୍ତ୍ତରେ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱରରୁ ଆସିଥିବା ରାଜ୍ୟସ୍ତରୀୟ ପ୍ରଶିକ୍ଷକ ମନୋଜ ତ୍ରିପାଠୀ ଶିଶୁ ସୁରକ୍ଷା ଉପରେ ବିହିତ ଆଇନର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଗଣମାଧ୍ୟମର ପ୍ରତିନିଧି କେଉଁ ଜିନିଷ ଲୋକଲୋଚନକୁ ଆଣିବେ ଏବଂ କେଉଁ ଜିନିଷ ଶିଶୁର ହିତ ପାଇଁ ଆଣିବେ ନାହିଁ ତାହାରି ଉପରେ ବିଶେଷ ଆଲୋଚନା ରଖିଥିଲେ । ଏହି ଆବସରରେ “ଆଫଟେର କେୟାର ଅର୍‌ଗନାଇଜେସନ”ରେ ରହୁଥିବା ଏକ ଅନ୍ତେବାସୀକୁ କର୍ମସଂସ୍ଥାନକୁ ଯିବା ଆସିବା ପାଇଁ ଏକ ସାଇକେଲ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ