ଗଜପତିରେ ମୋ କଲେଜ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ “ମୋ କଲେଜ ଅଭିଯାନ” କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧା ପ୍ରସାରଣ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଗଜପତି ଜିଲ୍ଲାର ବିଭିନ୍ନ କଲେଜର ଅଧ୍ୟକ୍ଷା, ଅଧ୍ୟକ୍ଷ, ଅଧ୍ୟାପିକା, ଅଧ୍ୟାପକ, ପୁରାତନ ତଥା ନୂତନ ଛାତ୍ରଛାତ୍ରୀ ଭିଡିଓ କନ୍‌ଫେରେନ୍‌ସିଙ୍ଗ ଦ୍ୱାରା ଅଂଶ ଗ୍ରହଣ କରିଥିଲେ । ଗଜପତି ଜିଲ୍ଲାର ବହୁ ପୁରାତନ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ପୁରାତନ ଛାତ୍ରଛାତ୍ରୀ ଗଜପତି କଲେଜର ଉନ୍ନତି ପାଇଁ ଏହି ଅଭିଯାନରେ ସାମିଲ ହୋଇଥିଲେ । ସେହିପରି ପାରଳାଖେମୁଣ୍ଡିର ମହିଳା ସ୍ନାତକ ମହାବିଦ୍ୟାଳୟ ଏବଂ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ “ମୋ କଲୋଜ ଅଭିଯାନ”ର ମୁଖ୍ୟ ଲକ୍ଷ୍ୟ ସମ୍ପର୍କରେ କହିବା ସହ ପୁରାତନ ଛାତ୍ରୀ ନିଜ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ ବୋଲି କହିଥିଲେ । ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଏବଂ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଅରୁଣା ସାମଲ ସମସ୍ତ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସେହିପରି ପାରଳାଖେମୁଣ୍ଡି ଠାରେ ଥିବା ବହୁପୁରାତନ ସଂସ୍କୃତ ମହାବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ମୋ କଲେଜ କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଓ କର୍ମଚାରୀ ଓ ବହୁ ସଂଖ୍ୟକ ପୂର୍ବତନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅଧ୍ୟକ୍ଷ ଡ.ଅନ୍ନପୂର୍ଣ୍ଣା ଦେବୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ କଲେଜର ସର୍ବାଙ୍ଗୀନ ଉନ୍ନତି ସହ ମୂଖମନ୍ତ୍ରୀଙ୍କ ଆହ୍ୱାନ ଓ ଉଦ୍ଦେଶ୍ୟର ସଫଳ ରୂପାୟନ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ