ରାଷ୍ଟ୍ରପତି ଦମ୍ପତିଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ

ପୁରୀ (ସନ୍ତୋଷ ଦାଶ ) : ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ଭୁବନେଶ୍ୱର ସ୍ଥିତ ରାଜଭବନରୁ ବାହାରି ପୁରୀ ଶ୍ରୀ ମନ୍ଦିର ଠାରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରିଥିଲେ. ଦର୍ଶନ ସମୟରେ ଭାବବିହ୍ୱଳିତ ହୋଇ ରାଷ୍ଟ୍ରପତି ଦମ୍ପତି ଉପରକୁ ହାତଟେକି ଜୟ ଜଗନ୍ନାଥ କହି ନିଜକୁ ଶ୍ରୀ ଜୀଉଙ୍କ ନିକଟରେ ସମର୍ପିତ କରିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା. ଏହାପରେ ରାଷ୍ଟ୍ରପତି କୋଣାର୍କ ଗ୍ରସ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ